ନେଇଁ କହ ନ ମତେ ଆରୁ କିଛୁ,
ପାରବାର ନେଇଁ ମୁଇଁ ଆରୁ।
ବେକାର ଲୋକଟେ ମୁଇଁ,
ପାରୁଛେଁ ନେଇଁ କାହାକେ କିଛୁ ବୁଝେଇ।
ଇତାକେ କହେଲେ ହେ କହୁଛେ
କେଁ କାଜେ ହୁଛୁ ହେତାର ଫାଲକେ।
ହେତାକେ କହେଲେ କୁଛେ କେଁ
କେଁଟା ଦେଲା କେଁ ତତେ!
ନେଇଁ ପାରବାର ମୁଇଁ ଆରୁ।
କିଏ କାଏଁ ଅମୁରୁଖ?
ବୁଝାମି ଗୁଟେ ଗୁଟେ ଟଙ୍କିକିଆ
ଚକଲେଟ ଦେଇକରି!
ନେଇଁ କହେଲେ ଭି ଲୁକସାନ
ହଉଛେ ମୋର ଏକା।
ମାଏଟ ଧସକୁଛେ ମୋର ପାଦତଲୁ।
ପାଏନ ଯଉଛେ ଉଡି ଉପରକେ ସିଧା।
ମୁଇଁ ନେଇଁ ପାରବାର
କୁକୁର ଲେଂଜକେ ସଲଖେଇ।
ଭିତରେ ଭିତରେ ହେମାନେ
ନେଇଁ ସେ ତ ଗୁଟେ।
ହେଟା ଭି ମୁଇଁ ଭାବୁଛେଁ ଘାଏ ଘାଏ।
ଘନା ବାଗିର ମକେ ନେଇଁ ଦେବାର ତ
ପେଶି ନିଜର ସବୁ ଫାଏଦା ଉଠେଇ ନେବାରକାଜେ।
ଇମାନକରନିକେ ଘାଏ ଆରୁ
ହେମାନକରନିକେ ଘାଏ ହଉନ ହଉନ
ଚକ୍ରେଇ ଯଉଛେ ମୋର ମଥା।
ସତ୍ ଇଟା ଦୁହିଝନକର ଭିତରେ
ଯେଇଛେ ପଶି ବାହାରର ଆତଙ୍କ ସୃଷ୍ଟିକାରୀ କେନ
ଭୁତ କି ପେତେନ୍ କି ଦେବତା।
This poem has not been translated into any other language yet.
I would like to translate this poem