କବି ମତେ କହ ନାଇଁ Tell Me Not Poet Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କବି ମତେ କହ ନାଇଁ Tell Me Not Poet

ପୁନରାବୃତ୍ତି
ଗଜାନନ ମିଶ୍ର

ମୁଁ ନୁହଁ କବି
ପାରେ ନା ଆଙ୍କି ତାରାର ଛବି।
ଦୂର ହୁଅ, ଦୂର ହୁଅ ପାଖରୁ ମୋର
ଆସେ ନା କରି ମତେ ତୋଷାମତ ଆଉ
ଜାଣେ ନା ବି କରି ଲବି।

ମୁଁ କିଏ କି?
ଦରକାର ନାଇଁ ପଚାରିବାର
କେମିତି ଅଛ ଭାଇ!
ବେଲ ପାଚିଲେ
କୁଆର କି ଯାଏ ଯେ!

ଛାଡ ମତେ
ମୋର ମୁଁ ଯୁଆଡେ ଯିବି, ଯିବି।
କାହାକୁ କହି କିଛି ଲାଭ ନାଇଁ,
ସବୁବେଳେ କେମିତି ଶୁଭୁଛି
କାନ୍ଦୁଛି କଇଁ କଇଁ ମାଟି!

ଆହା, ଘାସ ଯାଉଛି ଶୁଖି
ତପୋବନ ଯାଉଛି ଉଜୁଡି
ଜଳୁଛି ଡଙ୍ଗର କୁହୁଳୁଛି ଘର
ଯାଉଛି ଚାଲି କୁଆଡୁ କୁଆଡେ
ସ୍ନେହ ଶ୍ରଦ୍ଧାର ପୁତ୍ର ପରିବାର।

କିଏ କୋଉଠି
ଠିକ୍ ଠିକଣା ନାଇଁ କାହାରି
ହେଲୋ ହାୟରେ
ଜୀବନ ଯାଉଛି ବାହାରି
ପରକୀୟା ପ୍ରୀତି!

ସତ ସତ ମିଛ ମିଛ
କିଏ ଆସି ବାଛିବ ବାଛ!
ମୋର ବେଳକୁ ସବୁ
ଏକତ୍ର ଦଗାଦିଆ ଲୋକ,
ଖୋଜିବାର ନାଇଁ ଆଲୋକ।

ନୁହଁ ମୁଁ କବି,
କହିବି ନାଇଁ ଚଳୁ କରି
ସବୁ ସମୁଦ୍ରର ଜଳ
ଓଲଟେଇ ଦେବି ପୃଥିବୀ,
ନାଇଁ ଜଣା କୋଉଠି କେତେବେଳେ
କେମିତି କୋଉ ରଙ୍ଗ ଧରି ପହଂଚିବି।

କବି ମତେ କହ ନାଇଁ
ଏଥର ପରେ ଆଉ ନାଇଁ
ପୁନରାବୃତ୍ତି ଆଦୁ ନାଇଁ।
ଠିକ୍ କରି ନିଅ ତୁମର ତୁମେ
ମୁଁ ମୋର କେମିତି
ଅଛି କି ନାଇଁ!

ତପୋବନ, ଟିଟିଲାଗଡ, ବଲାଙ୍ଗୀର
22/04/2021

In English;

I am not a poet
I can't picture stars.

Xxx

Tell me not a poet
Not from this time
No repeat.
You yourself stay well
How am I!

Thursday, April 22, 2021
Topic(s) of this poem: time
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success