ପୁନରାବୃତ୍ତି
ଗଜାନନ ମିଶ୍ର
ମୁଁ ନୁହଁ କବି
ପାରେ ନା ଆଙ୍କି ତାରାର ଛବି।
ଦୂର ହୁଅ, ଦୂର ହୁଅ ପାଖରୁ ମୋର
ଆସେ ନା କରି ମତେ ତୋଷାମତ ଆଉ
ଜାଣେ ନା ବି କରି ଲବି।
ମୁଁ କିଏ କି?
ଦରକାର ନାଇଁ ପଚାରିବାର
କେମିତି ଅଛ ଭାଇ!
ବେଲ ପାଚିଲେ
କୁଆର କି ଯାଏ ଯେ!
ଛାଡ ମତେ
ମୋର ମୁଁ ଯୁଆଡେ ଯିବି, ଯିବି।
କାହାକୁ କହି କିଛି ଲାଭ ନାଇଁ,
ସବୁବେଳେ କେମିତି ଶୁଭୁଛି
କାନ୍ଦୁଛି କଇଁ କଇଁ ମାଟି!
ଆହା, ଘାସ ଯାଉଛି ଶୁଖି
ତପୋବନ ଯାଉଛି ଉଜୁଡି
ଜଳୁଛି ଡଙ୍ଗର କୁହୁଳୁଛି ଘର
ଯାଉଛି ଚାଲି କୁଆଡୁ କୁଆଡେ
ସ୍ନେହ ଶ୍ରଦ୍ଧାର ପୁତ୍ର ପରିବାର।
କିଏ କୋଉଠି
ଠିକ୍ ଠିକଣା ନାଇଁ କାହାରି
ହେଲୋ ହାୟରେ
ଜୀବନ ଯାଉଛି ବାହାରି
ପରକୀୟା ପ୍ରୀତି!
ସତ ସତ ମିଛ ମିଛ
କିଏ ଆସି ବାଛିବ ବାଛ!
ମୋର ବେଳକୁ ସବୁ
ଏକତ୍ର ଦଗାଦିଆ ଲୋକ,
ଖୋଜିବାର ନାଇଁ ଆଲୋକ।
ନୁହଁ ମୁଁ କବି,
କହିବି ନାଇଁ ଚଳୁ କରି
ସବୁ ସମୁଦ୍ରର ଜଳ
ଓଲଟେଇ ଦେବି ପୃଥିବୀ,
ନାଇଁ ଜଣା କୋଉଠି କେତେବେଳେ
କେମିତି କୋଉ ରଙ୍ଗ ଧରି ପହଂଚିବି।
କବି ମତେ କହ ନାଇଁ
ଏଥର ପରେ ଆଉ ନାଇଁ
ପୁନରାବୃତ୍ତି ଆଦୁ ନାଇଁ।
ଠିକ୍ କରି ନିଅ ତୁମର ତୁମେ
ମୁଁ ମୋର କେମିତି
ଅଛି କି ନାଇଁ!
ତପୋବନ, ଟିଟିଲାଗଡ, ବଲାଙ୍ଗୀର
22/04/2021
In English;
I am not a poet
I can't picture stars.
Xxx
Tell me not a poet
Not from this time
No repeat.
You yourself stay well
How am I!
This poem has not been translated into any other language yet.
I would like to translate this poem