ଥାଉ, ଦିଅ ନି
ଗଜାନନ ମିଶ୍ର
ଦିଅ ନି କିଛି,
ଥାଉ, ସେଇଠି
ତୁମଠି ଅଛି ଯେମିତି।
କଣ ଦେଇଥାନ୍ତ?
ଆଉ ମୁଁ ବି
ନେଇଥାନ୍ତି କଣ?
ଏତେ ପ୍ରଶ୍ନକୁ
ଏତେ ଉତ୍ତର!
କିଛି ନ ଥିଲେ ବି
ଥାଆନ୍ତା ଅନ୍ଧାର।
ଆମେ ଇ ଅନ୍ଧାର,
ଆଉ କୋଉଠି
ଅଛି କି କଣ ଛାଡିଦେଲେ
ଏଠାକାର ଏ ଅନ୍ଧାର!
ଥାଉ, କୁହ ନି
କିଛି ଆଉ।
ସକାଳକୁ ଯଦି
ଆସିବାକୁ ଅଛି
ଏମିତି ଆସୁ।
This poem has not been translated into any other language yet.
I would like to translate this poem