କୁହ ଅଛ ତୁମେ ଠିକ୍ ଠାକ୍Tell You Are Okay Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କୁହ ଅଛ ତୁମେ ଠିକ୍ ଠାକ୍Tell You Are Okay

ହୁକେ ହୋ,
ଭୋ ଭୋ,
ମୁନିଆଁ ନଖଦନ୍ତ,
ଛୁରୀ, କଟୁରୀ,
ବନ୍ଧୁକ, ପୋଲିସ,
ନୁହନ୍ତି କାହାରି
ଆଉ ରହିବାକୁ ଦୂରରେ
ଏଇ ସମସ୍ତଙ୍କଠୁ
ତାଗିଦ କରାଯାଇଥିଲା ମତେ।

କୁହାଯାଇଥିଲା ଆରେ ହେ
ପାହାଡ ଚଢିଲାବେଳେ
ତଳକୁ ଅନେଇବା ମନା,
ମନର ଭାବନାରେ
ବୈରୀ ଶବ୍ଦକୁ
ସ୍ଥାନ ଦିଅ ନା।

ଗତାନୁଗତିକ ରାସ୍ତାରେ
ପଡିଉଠି ଗଲାବେଳେ
କିଏ ରହୁଛି କୋଉଠି
ହିସାବ ଖୋଜ ନା।

କହିଦିଅ ତଥାପି
ଅଛ ଆଉ ଥିବ ପୂର୍ବପରି।
କୁହ ନା ହାରୁଛ,
କୁହ ନା ଜିତୁଛ,
କୁହ ଅଛ ତୁମେ
ଠିକ୍ ଠାକ୍ ଆଉ
ଥିବା ଭିତରେ ଚିହ୍ନୁଛ
କିଏ କେତେକର ଏଠି।

Saturday, September 8, 2018
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success