ସେଇ ତାରା ସେଠାରେ That Star There Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସେଇ ତାରା ସେଠାରେ That Star There

Rating: 5.0

ପ୍ରଜାପତିର ଚୁମ୍ୱନରେ
ମୁଁ କି ଆଉ ପାରିଲି ରହି
ମେଘଙ୍କ ଗହଣରେ
ଡାକିଲା ନଈ ଯେବେ
ଆକାଶର ବାରଣ୍ଡାରେ।

ଲୁହ ନୁହଁ,
ମିଠା ମିଠା ହସର ଫରୁଆ ଧରି
ଆସି ବସିଲି ଗଭୀର ବିଶ୍ୱାସରେ
ମାପିବାକୂ ହୃଦୟର ସ୍ପନ୍ଦନ।

ଯୋଉଠି ଉଙ୍କି ମାରୁଥିଲା ସ୍ୱପ୍ନ
ପୁଣି ଆସି ଗଣିଲା ଦିନ
ଆଶାର ବୈତରଣୀରେ।
ଏଇ ବିରାଟ ଯାତ୍ରାରେ
ମାଗିଲି ଯାହା ଯେତେ
ମିଳିଛି ବି ସେଥିରୁ କେତେ।

ହେଲା ଯେ
କହିଲା ଆରେ ବାଃ,
ଆଲୁଅରୁ ଆଉ ଅନ୍ଧାରରୁ ଉର୍ଦ୍ଧ୍ୱକୁ ଉଠି
ପଡୁଛି ମାପିବାକୁ ଯେବେ
ଥରୁଛି ଥର ଥର କାହାର ଭୟରେ
ସେଇ ତାରା ସେଠାରେ।

Monday, February 26, 2018
Topic(s) of this poem: star
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success