ଆଖି ।
ସବୁ ଦେଖୁଛି ଆଖି ।
ଆଖି ବଦଳରେ କିନ୍ତୁ
ଆବଶ୍ୟକ ନାହିଁ ଆଖି ।
ଆଖି ।
କାହାର କେମିତି ଆଖି
କହିବାକୁ କି ଶୁଣିବାକୁ
ନାହାନ୍ତି କେହି ।
ଆଖି ।
ସବୁବେଳେ ସୁନ୍ଦର
ଏମିତି ମାନେ ନାହିଁ ।
ଆଖି ।
ଯୁଆଡକୁ ଯେମିତି ଚାହିଁଲେ ବି
ଉଦ୍ଦେଶ୍ୟ ଯାଉଛି ଧରାପଡି ।
ଆଖି ।
ଅପରିହାର୍ଯ୍ୟ ଜୀବନ ପାଇଁ ।
This poem has not been translated into any other language yet.
I would like to translate this poem