କବି, The Poet Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କବି, The Poet

Rating: 5.0

1.

ଯୋଉଠି ଅଛି କବି,
ସେଇଠି ଅଛି ବସନ୍ତ,
ସେଇଠି ଅଛି ଝର୍ଣାର କଳ କଳ ନାଦ,
ସେଇଠି ଅଛି ଫୁଲ ଫଳ,
ଅଛି ଶୀତଳ ପବନର ସ୍ପର୍ଶ।
ସେଇଠି ଗୀତ ନୃତ୍ୟ,
ସେଇଠି ନିର୍ଭୟ ମୃଗ,
ନିର୍ଭୟ ପକ୍ଷୀ ଆଉ ଶାବକ।

ଅକବି ପାରେ ନା ସହି କବିକୁ,
ଛଦ୍ମବେଶ ଧରି ଆସେ,
ହଇରାଣ ହରକତ କରି
ଅଯଥା ମିଛ ନିନ୍ଦାବଦନାମରେ
ମାରିବି ବିଚାରେ।
କଣ ପାରେ?

2.

କବିକୁ କିଏ ପାରେ?
କବିର ବଳ ପରାକ୍ରମ ଜାଣେ ଏକା କବି।

କବି କରେ ନା ଭୟ କାହାକୁ?
କବି କରେ ନା ହିଂସା, ବାଦ,
କବି କରେ ପ୍ରେମ ସଚରାଚର ବିଶ୍ୱକୁ।

ଶବ୍ଦ ଉଚ୍ଚାରଣ କଲାମାତ୍ରେ କବି,
ଟଳି ଯାଏ ପର୍ବତ,
ଶୁଖିଯାଏ ସମୁଦ୍ର,
ସୂର୍ଯ୍ୟର କିରଣକୁ
ହସ୍ତରେ କଲମମୁନରେ
ଉହାଡିବାକୁ
କବି ଏକା ସମର୍ଥ,
ପୃଥିବୀକୁ ଧରିରଖେ
କବିର ଅକ୍ଷର।

3.

ସଂସାର ଅନିତ୍ୟ,
କବିର ଅକ୍ଷର ନିତ୍ୟ।
ବଢେ ଛିଡେ ଚନ୍ଦ୍ର,
କବିକୁ ଦେଖ, ନାହିଁ ପାପ,
ସଦା ଶାନ୍ତ, ସଦା ସ୍ଥିର।

କବି ପାଖରେ ଥିଲେ,
ହାନି ନାହିଁ କିଛି, ଅଛି
ଖାଲି ଲାଭ ଆଉ ଲାଭ।
ହାର୍ ପ୍ରଶ୍ନ ନାହିଁ,
ଛୁଟିଚାଲେ ଖାଲି ଜିତ୍ ର ସୁଅ।

ଅସମ୍ଭବ ବୋଲି ଏମିତି ବି
ନ ଥାଏ କିଛି, କବି ଦିଏ ପ୍ରମାଣ
ମିଛଖଚ ମାରି।
କବି ଯେଣୁ ଛାଗଳପଲର
ମତ୍ତବ୍ୟାଘ୍ର।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success