ସତ କହିବି?
ସତ କହିଲେ ଘରେ
ପାରିବି କି ନ ପାରିବି
ରହି, ଶବ୍ଦ ଆସୁ ନି
ପାଟିକି ।
ପାଟି ଅବଶ୍ୟ ମୋର,
ଶବ୍ଦସବୁ ତୁମର ।
ସବୁ କିନ୍ତୁ ଗୁପ୍ତ,
ନୁହେଁ ଯଦିଓ ରହସ୍ୟ ।
ନଈକି ଯାଇ
ଆସ ଗାଧୋଇ ।
କୁହ ନା, ଏତେ ରାତି!
ପର୍ବତ ଉପରେ ପର୍ବତ
ସ୍ଥିର ନୁହେଁ ସମୁଦ୍ର ।
This poem has not been translated into any other language yet.
I would like to translate this poem
the sea is still, but life?