ଭିତରୁ ଭିତରକୁ ଗଲାବେଳେ
ନ ଥିଲ ତୁମେ ପାଖରେ,
ଆଉ ସେମିତି ପଡି ରହିଥିଲା
ଯାହା ଥିଲା ଯୋଉଠି ଯେମିତି।
ଫେରି ଆସି ପାରି ନ ଥିଲି
ବାହାରୁ ବାହାରୁ ଘେରା ମାରି,
ଥିଲ ତୁମେ ପାଖରେ ଦେଖିବାକୁ ମତେ
ଆଉ ମୁଁ ଥିଲି ନିଶ୍ଚିନ୍ତ ଏତିକିବେଳେ।
ହେଲା କଣ ପାରି ନ ଥିଲି କହି
ଆଉ ତୁମେ କରିଥିଲ ଅପେକ୍ଷା,
ଆକାଶ ଥିଲା ଫଟା ଆଉ ମୁଁ
ଥାପି ସାରିଥିଲି ପାଦ ଦ୍ୱାରବନ୍ଧ ଉପରେ।
This poem has not been translated into any other language yet.
I would like to translate this poem