ସତ୍ୟର ସୂର୍ଯ୍ୟ The Sun Of Truth Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସତ୍ୟର ସୂର୍ଯ୍ୟ The Sun Of Truth

Rating: 5.0

1.

କୋଉଠି
ସେ କନ୍ଦର୍ପ?

ଗଲା କୋଉଠିକି
ସେ ତପଶ୍ଚର୍ଯ୍ୟା?

ଆକୃଷ୍ଟ ହେବା
କଣ ଥିଲା ମିଛ?

ଉଖାରୁଥିଲେ ଯେ
ସୁଷ୍ଟିତତ୍ୱ!

ଚନ୍ଦ୍ର ରଥ,
ତପସ୍ୟାର ଏକ ପ୍ରକ୍ରିୟା।
ଚନ୍ଦ୍ର ରଥ,
ସାଲୁକ୍ୟ, ସାମିପ୍ୟ,
ସାରୂପ୍ୟର ଏକ ଧାରା,
ସତ୍ୟାଗ୍ନିର ପାରାବାର।

2.

ଆମ୍ଭ ତୁମ୍ଭ ଆତ୍ମା ଏକ ଅଭିନ୍ନ ପୀରତି,
ଜାଣିବା ଆସ ଏଠି,
ହେବ କେମିତି ପରସ୍ପରର ଉନ୍ନତି।

3.

ତୁମେ ତୁମର କାମ କର,
ଆମେ ଆମର କାମ କରୁଛୁଁ।

କାମ କଲାବେଳେ ଉଭୟେ ମନେ ରଖିବା,
ଜଣେ ଦି ଜଣ, ପାଂଚ, ଦଶ, ପନ୍ଦର,
କୋଡିଏ ଆଦିଙ୍କୁ ମିଛସତ ପ୍ରଲୋଭନ ଦେଖାଇ,
ଦେଇ ବଶ କଲେ କରିପାରିବା,
କୋଟି କୋଟି ଜନସାଧାରଣଙ୍କୁ କଦାପି
ସବୁଦିନ ମାୟାରେ ପକାଇ ପାରିବା ନି।

ଯଦି ସତ୍ୟରେ ଥିବା, ନିଷ୍ଠାରେ ଦୃଢ ଥିବା,
ମନବଚନକର୍ମରେ ସଚ୍ଚା ଥିବା, ସ୍ୱାର୍ଥ ତ୍ୟାଗ କରି
ସାମୂହିକ ବିକାଶ ପାଇଁ ନିରନ୍ତର ଲାଗିଥିବା,
ଆଜି ନ ହେଲେ ବି ଆସନ୍ତାକାଲି,
ସତ୍ୟର ଜୟ ହେବ, ମାଟି ମା ଉଜ୍ଜ୍ୱଳି ଉଠିବ,
ଅସୁର କଂସ ମଂଚାରୁ ପଡି ଆପେ ମରିବ।

ମନେରଖିବା- କଂସ ଯଦି ଉଗ୍ରସେନ ପୁଅ ହୋଇଥାନ୍ତା,
ରାଜ୍ୟ ବାହାରର ଅଷ୍ଟମଲ୍ଲଙ୍କୁ ଧରି ଯଦୁକୁଳକୁ, ଯାଦବଙ୍କୁ
ଏତେ ଅତ୍ୟାଚାର କରି ନ ଥାନ୍ତା।
କଂସ ମଲା, ଜନଗଣମନର ଜୟଜୟକାର
ସବୁଆଡେ ଶୁଭିଲା।

ଇତିହାସର ପୁନରାବୃତ୍ତି ହୁଏ। ଯୁଗକୁ ଯୁଗ ଏହିମତେ, ପରମାନନ୍ଦ ଏ ଜଗତେ।
ଅପେକ୍ଷା କର ଆଉ ଦେଖ, ସତ୍ୟର ସୂର୍ଯ୍ୟ
ପୂର୍ବାକାଶରେ, ହୋ ଭଗତେ!

Thursday, August 2, 2018
Topic(s) of this poem: truth
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success