କାହାର ଗୋଟେ ମରିବାର ଅଛି
ଗଜାନନ ମିଶ୍ର
କାହାର ଗୋଟେ ମରିବାର ଅଛି
ଏଠି ନାଇଁ ତ ଆଉ କୋଉଠି
ଆଉ ସେ ମରଣକୁ ଆଉ ଜଣେ କିଏ
କରିଛି ଅପେକ୍ଷା ଦିନର ମାୟାରେ।
ମାୟାରେ ବାସନା ଛଡା
ଆଉ କଣ ଥାଏ କି?
ପ୍ରସ୍ଥ ପରେ ପ୍ରସ୍ଥ ଖୋଲେ ଆବରଣ
ଥାଏ ଯାହାସବୁ ଏଠାରେ।
ଏଠାରେ ଇ ସ୍ପଷ୍ଟ ହେବାରଥାଏ ଆଉ
ହେଉଥାଏ ଅକୁହା ଅବୁଝା ଅଶୁଣା
ସବୁ ସବୁ ଅନ୍ଧାରୁଆ ଦୃଶ୍ୟରେ।
ଦୃଶ୍ୟ ଇ ନ ଥାଏ ବେଳେ ବେଳେ
ଆଉ ଆଉ ଚମକୁଥାଏ ଆଖିରେ
ସାରାଟା ସାରା ଆକାଶ ନିଜର ହୋଇ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
17/01/2020
This poem has not been translated into any other language yet.
I would like to translate this poem
Life - the whole sky, great.