କବିତା ପରେthen Poetry Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କବିତା ପରେthen Poetry

କବିତା ପରେ ପରେ ବ୍ୟାପୀ ଗଲା
ପବନରେ ପବନରେ ଶିରା ପ୍ରଶିରାରେ
ନାଡିଗ୍ରନ୍ଥିରେ ଜୀବନରେ ଜୀବନରେ।

କବିତା କହିଲା କଳା କିଏ ଧଳା କିଏ ହଳଦିଆ କିଏ।
କବିତା ଶୁଣିଲା ଝଡୁଥିବା ପତ୍ରର କାନ୍ଦ ଆଉ ହସ ବି ଏକାସାଙ୍ଗରେ।

କବିତା ଆତ୍ମସ୍ଥ ହେଲା ଆଉ କହିଲା ବାହାର ଦୁନିଆଁ କଥା
ଯେତେବେଳେ କେତେକ କହିଲେ ଆରେ ହେଃ,
ବହବ ବଢିଗଲାଣି ମାର ଶଳାକୁ, ମାର, ମାର। ୟେ କବି!

କଣ ଏଣୁତେଣୁ ଗାରେଇ ଦିଅ ବୋଲାଅ କବି!
କବିତାରେଯେ ଅଛି ଏତେ ସତ୍ୟ ଏତେ ପ୍ରେମ ଏତେ ଏତେ ବିଶ୍ୱ!
ମିଛକୁ ଅନ୍ଧାରକୁ କାଟିବାର ଏତେ ଶକ୍ତି!

ଜାଣିବ କିଏ ନିଜେ କବିତା ନ ହେଲା ଯାଏ!
ଆଉ କବିତା ହେବା ଏତେ ସହଜ କି?
ଯିଏ ପାଣିରେ ବୁଡେ ନାଇଁ ନିଆଁରେ ପୋଡେ ନାଇଁ
ପବନରେ ଉଡେ ନାଇଁ ଅସ୍ତ୍ରରେ କଟେ ନାଇଁ
ଖାସ୍ ଗୋଟେ ମଣିଷ ପାଇଁ ଏ ଯାଏ ଯୋଉଟାକୁ ଖୋଜା ଚାଲିଛି ।

Thursday, November 7, 2019
Topic(s) of this poem: poetry
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success