କୁହୁଡି ଘୋଟିଛି ଏଠି,
ଆଉ ଥରୁଛି ମୁଁ
ଅଜଣା ଭୟରେ।
ବଳାତ୍କାର ଅବ୍ୟାହତ,
ରହିଛି ଯଦିଓ
ସ୍ପଷ୍ଟ ସୂର୍ଯ୍ୟାଲୋକ।
ଏଠାକାର ଏ ପବନ
ନେଉ ନି ଯତ୍ନ,
ମନ ନାହିଁ ପାଠରେ ଆଜି,
ଆଉ ଉପରେ
ହେଉଛି ଖତେଇ ଜହ୍ନ।
କାହାକୁ କରିବି ବିଶ୍ୱାସ,
ବଂଧୁ ବୋଲି ଡାକିଥିଲି ଯାହାକୁ
ଭୁଷି ଦେଇ ଛୁରୀ ଯାଇଛି ଏଠାରୁ।
କାହାକୁ କହିବ ଭାଇ
ଫେରାଦ ହେଉଛି ଯମଠି।
ହଇକି, ଶୁଣୁଛି ସବୁ
ଆଉ ରହିଛି ବସି ତୁନିତାନି,
ଶବ୍ଦଙ୍କ ନାହିଁ ଶକ୍ତି
ବଦଳେଇବେ ମତେ,
ବରଂ ବଦଳିଯାନ୍ତି ସେମାନେ
ଦେଖି ଏଠା ପରିସ୍ଥିତି।
ଯା ଯା ଭାସି ଯା
ପାରେ ନା କହି ମେଘକୁ
କି କାଗଜ ଡଙ୍ଗାକୁ।
ତ୍ରିଶୂଳ ଆସୁଥାଏ ମୋ ଆଡକୁ
ଆଉ ମୁଁ ପାରୁ ନ ଥାଏଁ ଘୁଂଚି
ଠିକ୍ ଏଇଠୁ।
This poem has not been translated into any other language yet.
I would like to translate this poem