ବନ୍ଧନଟା
ଗଜାନନ ମିଶ୍ର
ବନ୍ଧନଟା ବି
ଏତେ ହସଖୁସି!
କାନ୍ଦ କାନ୍ଦ
ଆଜିର ଏ ମାଟି।
ଚୁପ୍ ଚାପ୍ କେହି କୋଉଠି
ପାରେ ନା ରହି।
ରକ୍ତରେ ଫୁଟୁଥାଏ
ସ୍ୱର ତୁହାକୁତୁହା ଆଜି ବି।
ଆଜି ତେବେ କଣ?
ସିଧାସଳଖକୁ ବଙ୍କାତେଢା ବୁଝି
ଯେ ଯୋଉଠି ଅଣନିଃଶ୍ବାସୀ ।
ଲାଜସରମ ବି ନାଇଁ
ଭୟ ବାଟରେ ଭୟ
ପାଣି ପହଂଚିଲାଣି ନାକରେ ଆସି।
ତପୋବନ, ଟିଟିଲାଗଡ, ବଲାଙ୍ଗିର
15/02/2020
This poem has not been translated into any other language yet.
I would like to translate this poem