ଏତେ ବିଷ?
ମୁଁ ତ ନୁହେଁ ନୀଳକଣ୍ଠ!
ମୋ ଆକାଶସାରା
ଚହଲିଯାଇଛି ଏ ବିଷ।
ମୋ ମାଟି ମୋ ପାଦରୁ
ଗଲାଣି ଦୂରକୁ।
ଯିବା ଆସିବା ପଥ ବି
ହେଲାଣି ବନ୍ଦ ମୋ ପାଇଁ।
This poem has not been translated into any other language yet.
I would like to translate this poem