ଶୈଶବ:
ଧୂଳି ଖେଳ, ବାଲିଘର, ମା କୋଳେ ଶୟନ
ଗୀତ, ନାଚ, ହସ ଖୁସି ବିତିଯାଏ ରାତି ଦିନ
ଲୁଚକାଳି, ଗୁଡିଟଣା, ବର୍ଷା ଭିଜା ଦିନମାନ
କାଗଜ ଡଙ୍ଗାକୁ କେବେ ଭୁଲିପାରେ ଏଇ ମନ
କାନ୍ଧେ ବସି ମେଳା ଦେଖା- ଫେରିବକି ସେଇ ଦିନ
ଝୁରେ ମନ ପ୍ରାତିଟି ସେ କ୍ଷଣ
ଛନ୍ଦ, କପଟଠୁ ଥିଲା କୋଷେ ଦୂର
କରିଥିଲା ଯେ ସମସ୍ତଙ୍କୁ ନିଜର
ଫେରିଆସ ପୁଣି ଥରେ ହେ ମୋର ପିଲାଦିନ ।
ଯୌବନ:
ଆଶୁମାର ଶକ୍ତି ସଙ୍ଗେ ଅଗଣିତ ସପନ
ବିଜୟ ଧ୍ଵଜକୁ ଧରିବାକୁ ଆତୁର ଅ ଅଧିର ମନ
ସଂଘର୍ଷ ଜାରି ରଖେ ଚୁମିବାକୁ ସଫଳତା ପଦଚିହ୍ନ
କଳବଳ କୌଶଳେ ଲଙ୍ଘିବାକୁ ଏ ସୋପାନ
ମଜା ମଜଲିସେ ବିତେ ଭୁଲି ନିଜ ଆତ୍ମଜ୍ଞାନ
ଯୌବନ ତ କ୍ଷୀଣସ୍ଥାୟୀ ନ କର ଏତେ ଗୁମାନ
ଶକ୍ତିର ଭଣ୍ଡାର ଏତ, କର ତାର ସତ ନିୟୋଜନ
ଯଦି ଚାହଁ ଗଢିବାକୁ ଜୀବନର ପ୍ରକୃତ ଆନ୍ଦୋଳନ
ବାର୍ଦ୍ଧ୍ୟକ:
ଥୁରୁଥୁରୁ ହାତ ଗୋଡ ଜରାଜୀର୍ଣ ଶରୀର
ନାହିଁ କେହି ପାଖେ ଆଜି ପୋଛିବାକୁ ଅଶ୍ରୁଧାର
ସବୁକିଛି ହାରି ମନ କରେ ଆଜି ଆତ୍ର୍ମ ମନ୍ଥନ
ଯା ପାଇଁ ଜଳାଞ୍ଜଳି ଥିଲା ଜୀବନର ସବୁ ଶ୍ରମ
କ୍ଷୁର୍ଣ୍ଣ ଆଜି ସବୁ କିଛି, ଲୁପ୍ତ ପ୍ରାୟ ବଡପଣ
ପ୍ରଭୁ ପାଦେ ବିତେ ଦିନ ଧରି ନାମ ସଙ୍କୀର୍ତନ
ବୁଝିପାରେ ଆଜି ମନ ଜୀବନର ମୂଲ୍ୟାଙ୍କନ
ମରୀଚିକା ପରି ଲାଗେ କରିଥିବା କରମମାନ ।
ଅତିକ୍ରମ ପରେ ଜୀବନର ତିନି ଖୁଣ୍ଟ
ବୁଝେ ମନ ମଣିଷ ତ ତୁଛ ମାତ୍ର
ଅହଂ, ଈର୍ଷା, ଲୋଭ, ଧନ ପାଇଁ ନାହିଁ ଏଠି ସ୍ଥାନ
ସତ୍ୟ, ଶାନ୍ତି, ଧର୍ମ, ପରୋପକରେ ଯେ ବିତାଏ ଜୀବନ
ମରି ସେ ଅମର ରହେ ଦୁନିଆରେ ଚୀରଦିନ ।
This poem has not been translated into any other language yet.
I would like to translate this poem