ପ୍ରଶ୍ନଟିଏ ଉଙ୍କି ମାରେ Poem by Dr. Sada Bihari Sahu

ପ୍ରଶ୍ନଟିଏ ଉଙ୍କି ମାରେ

Rating: 4.5

ସମୟ କ୍ରମେ ବଦଳି ଯାଏ ସମ୍ପର୍କର ଭାଷା
ରହିଯାଏ କେବଳ ବିତି ଥିବା ଜୀବନର ଅନୁଭୂତି ଓ ସ୍ମୃତି
ପ୍ରଶ୍ନଟିଏ ମନ ମଧେ ଯାଗେ
ସତରେ କଣ ବଦଳି ଯାଏ ସମ୍ପର୍କର ସେତୁ
ପଦ, ସମ୍ପତି, ପ୍ରତିପତ୍ତ ପଣେ

ବଦଳେ ଦୁନିଆ, ବଦଳେ ରଙ୍ଗ, ଢଙ୍ଗ, ଚାଲି ଓ ଚଳଣ
ଆଧୁନିକତା ନାମେ ହୁଏ ସଂସ୍କୃତି, ସମାଜର ହନନ
ପ୍ରଶ୍ନ ଆସେ କଣ ବଦଳି ପାରେ ମଣିଷ ସ୍ଵଭାବେ
ଭଲ ପାଇବା, ପ୍ରେମ, ଶ୍ରଦ୍ଧା ଓ ମମତାର ପରିପ୍ରକାଶ
ତେବେ କାହିଁକି ବାଢିଯାଏ ଦୂରତା ଏ ସବୁଠୁ



ସ୍ରଷ୍ଠାଙ୍କ ବଡ ଅବଦାନ
ମଣିଷ ଜୀବନ
ଯେ ଅଟେ ଭିନ୍ନ
ଅନ୍ୟ ପଶୁ, ପକ୍ଷୀ, କୀଟ ମାନଙ୍କ ମଧେ
ଯାକୁ ନେଇ ଅନେକ ସ୍ଵପ୍ନ
ଧରା ପୃଷଠେ ଗଢା ହେବ
ଶାନ୍ତି, ସୁଖ ଓ ମିତ୍ରତାର ସ୍ତୁପ
କିନ୍ତୁ ଆଜି ସେ କରୁଛି କଣ?
ଆଗଭର କରିବାକୁ ଧ୍ଵଂସ ଏ ସୁନ୍ଦର ପୃଥିବୀର କୋଣକୋଣ
ଘନାଶନ ହଟ୍ଟଗୋଳ, ଯୁଦ୍ଧ ଏଠି
ଦେଖାଇବାକୁ ନିଜ ଅହଂକାର, ଶକ୍ତି ଓ ପଡପଣ
ହଜିଗଲା କେଉଁଠି ତାର ସମାନତା ଓ ଏକାଠି ଜୀଇଁବା ପ୍ରଣାଳୀ

ସେବା, ଧର୍ମ, ଶିକ୍ଷା ନାମେ ହୁଏ ଆଜି ହରିଲୁଟ, ଲୁଣ୍ଠନ
ସବୁ ବଦଳି ଯାଇଛି ଆଜି ଭୌତିକ ଦୁନିଆରେ
ଧନ ମଗ୍ନ ମଣିଷ ସମାଜେ
ରହିଯାଇଛି ଅତୃପ୍ତ ଆତ୍ମା, ଅଶାନ୍ତି ଓ ହାହାକାର
ମରିଚୀକା ପରି ଗୋଡେଇ ଚାଲିଛି ପଛେ ପଛେ
ଛାଡି ନିଜ ମାନବିକ ଗୁଣ ଓ ପ୍ରକୃତିର ଦେୟ
ହାୟ! କେବେ ହେବ ଏ ପ୍ରଶ୍ନର ସଠିକ ଉତ୍ତର

Tuesday, December 12, 2017
Topic(s) of this poem: question,social
POET'S NOTES ABOUT THE POEM
This poem is in Odia language and about present situation.
COMMENTS OF THE POEM
Kumarmani Mahakul 12 December 2017

ସ୍ରଷ୍ଠାଙ୍କ ବଡ ଅବଦାନ ମଣିଷ ଜୀବନ..ଏହା ନିଶ୍ଚିତ ସତ୍ୟ ଅଟେ. ସମୟ କ୍ରମେ ବଦଳି ଯାଏ ସମ୍ପର୍କର ଭାଷା...ମାତ୍ର ସ୍ମୃତି ରହି ଯାଏ ଜୀବନରେ...ପ୍ରଶ୍ନ ଉଙ୍କି ମାରେ ଓ ଆମେ ଉତ୍ତର ଖୋଜୁ.....ଏହା ଏକ ଚମତ୍କାର କବିତା ହୋଇଛି... Very nice really...10

1 0 Reply
Dr Dillip K Swain 03 February 2018

ସ୍ରଷ୍ଠାଙ୍କ ବଡ ଅବଦାନ ମଣିଷ ଜୀବନ.....Well said! This is really a fabulous poem! The more I read the more pleasure I get! Thanks dear Sada for sharing!

1 0 Reply
Sada Bihari Sahu 08 February 2018

ଧନ୍ୟବାଦ ଦିଲୁ । କବିତା ଟି ତୁମକୁ ଭଲ ଲାଗିଲା ।

0 0
Ranjan Kumar Ghosh 18 January 2018

ବଦଳେ ଦୁନିଆ, ବଦଳେ ରଙ୍ଗ, ଢଙ୍ଗ, ଚାଲି ଓ ଚଳଣ ଆଧୁନିକତା ନାମେ ହୁଏ ସଂସ୍କୃତି, ସମାଜର ହନନ ପ୍ରଶ୍ନ ଆସେ କଣ ବଦଳି ପାରେ ମଣିଷ ସ୍ଵଭାବେ ଭଲ ପାଇବା, ପ୍ରେମ, ଶ୍ରଦ୍ଧା ଓ ମମତାର ପରିପ୍ରକାଶ ତେବେ କାହିଁକି ବାଢିଯାଏ ଦୂରତା ଏ ସବୁଠୁ sir thanks for shearing a nice poem this poem is very fantastic 10+++++++++

1 0 Reply
Sada Bihari Sahu 08 February 2018

ଅନେକ ଧନ୍ୟବାଦ । କବିତାଟି ଭଲ ଲାଗିଲା । It gives me immense pleasure that you like the poem. Thanks a lot.

0 0
Bharati Nayak 05 January 2018

ବଦଳେ ଦୁନିଆ, ବଦଳେ ରଙ୍ଗ, ଢଙ୍ଗ, ଚାଲି ଓ ଚଳଣ ଆଧୁନିକତା ନାମେ ହୁଏ ସଂସ୍କୃତି, ସମାଜର ହନନ ପ୍ରଶ୍ନ ଆସେ କଣ ବଦଳି ପାରେ ମଣିଷ ସ୍ଵଭାବେ ଭଲ ପାଇବା, ପ୍ରେମ, ଶ୍ରଦ୍ଧା ଓ ମମତାର ପରିପ୍ରକାଶ ତେବେ କାହିଁକି ବାଢିଯାଏ ଦୂରତା ଏ ସବୁଠୁ - - - - - - -ସାମ୍ପ୍ରତିକ ସମାଜର ଧାରା ସମ୍ପର୍କରେ ଆପଣ ସୁନ୍ଦର ପ୍ରଶ୍ନଟିଏ କରିଛନ୍ତି l ମଣିଷ ଆଜି ତାର ମାନବିକତା କୁ ଭୁଲିଯାଇ ସ୍ୱାର୍ଥ ସର୍ବସ୍ବ ହୋଇଯାଇଛି l ଏଇ ସୁନ୍ଦର କବିତା ପାଇଁ ଧନ୍ୟବାଦ l

1 0 Reply
Sada Bihari Sahu 15 January 2018

ଆପଣଙ୍କ ମତାମତ ପାଇଁ ଧନ୍ୟବାଦ । ଆପଣ ମାନଙ୍କ ଭଳିଆ ବରିଷ୍ଟ କବିୟତ୍ରୀ ଙ୍କ ଟିପଣୀ ଏବଂ ପ୍ରସଂଶା ଆଗକୁ କବିତା ଲେଖିବାରେ ସହାୟକ ହେବ ତଥା ପ୍ରେରଣା ଦେବ । ଧନ୍ୟବାଦ ମାଡମ ।

0 0
Dr Dillip K Swain 29 December 2017

ସେବା, ଧର୍ମ, ଶିକ୍ଷା ନାମେ ହୁଏ ଆଜି ହରିଲୁଟ, ଲୁଣ୍ଠନ ସବୁ ବଦଳି ଯାଇଛି ଆଜି ଭୌତିକ ଦୁନିଆରେ ଧନ ମଗ୍ନ ମଣିଷ ସମାଜେ ରହିଯାଇଛି ଅତୃପ୍ତ ଆତ୍ମା, ଅଶାନ୍ତି ଓ ହାହାକାର ମରିଚୀକା ପରି ଗୋଡେଇ ଚାଲିଛି ପଛେ ପଛେ.....Beautiful poem my dear friend..Appreciated..10

2 0 Reply
Sada Bihari Sahu 15 January 2018

କବିତା ଟି ଭଲ ଲାଗିବା ଜାଣି ଖୁସି ହେଲି । ତୁମ ମତାମତ ଓ ପ୍ରଶଂସା ପାଇଁ ପୁଣି ଥରେ ଧନ୍ୟବାଦ ଦିଲୁ,

0 0
Kumarmani Mahakul 12 December 2017

ସ୍ରଷ୍ଠାଙ୍କ ବଡ ଅବଦାନ ମଣିଷ ଜୀବନ..ଏହା ନିଶ୍ଚିତ ସତ୍ୟ ଅଟେ. ସମୟ କ୍ରମେ ବଦଳି ଯାଏ ସମ୍ପର୍କର ଭାଷା...ମାତ୍ର ସ୍ମୃତି ରହି ଯାଏ ଜୀବନରେ...ପ୍ରଶ୍ନ ଉଙ୍କି ମାରେ ଓ ଆମେ ଉତ୍ତର ଖୋଜୁ.....ଏହା ଏକ ଚମତ୍କାର କବିତା ହୋଇଛି... Very nice really...10

1 0 Reply
READ THIS POEM IN OTHER LANGUAGES
Close
Error Success