1.
ଜୀବନ, ଜୀବନ
ଆଉ ୟାର ମୂଳରେ
ଖାଲି ପ୍ରେମ ।
ପ୍ରେମର ଜୀବନରେ
ଶୋଭାପାଏ ସତ୍ୟ ।
ଆଉ ସତ୍ୟରେ
ହେଉଥାଏ ସୂର୍ଯୋଦୟ ।
2.
ସତ୍ୟରେ ସୂର୍ଯୋଦୟ
ସତ୍ୟରେ ପ୍ରେମ
ଜୀବନ ସତ୍ୟ ।
3.
ମତେ ଭଲ ଲାଗେ ନାହିଁ
କେହିଜଣେ ତୁମ ସାଙ୍ଗ
ଆଉ ଅନ୍ୟ କେହିଜଣେ
ତୁମ ଶତ୍ରୁ
କାରଣ ମୋ କବିତା
ଦର୍ଶନରେ ନାହିଁ ।
ବନ୍ଧୁ ଆଉ ଶତ୍ରୁ
ସୃଷ୍ଟି ପାଇଁ ମୋଠି
ସମୟ ନାହିଁ ।
ମୁଁ ଜାଣେ ପ୍ରତ୍ୟେକ
ସତ୍ୟର ଅଂଶ ଆଉ
ତାହା ପ୍ରେମ ।
This poem has not been translated into any other language yet.
I would like to translate this poem