ଏବେ ବି Till Now Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏବେ ବି Till Now

ଏବେ ବି
ଗଜାନନ ମିଶ୍ର

1
ଏବେବି ଏମିତି
ନା ପଛକୁ ନା ଆଗକୁ!
ରହ ଦେଖୁଛି ଶଳାକୁ! ହେଇରେ,
କେମିତି ଫଶି ଗଲା ଡାହାଣୀ ପାଲରେ,
ଏବେ ନା ଉଠି ହେଉଛି ନା ବସି ହେଉଛି କୋଉଠି!
ମାଇଣ୍ଡଟା ପୂରା ଜାମ୍ ସବୁବେଳେ।
ବୁଦ୍ଧିବୃତ୍ତି ସବୁ ଗାଏବ୍।
ହାତ ଦିଟା ଟେକି ହେଇଛି ଆପଣାଛାଏଁ,
ହେବାର ଅଛି ଯାହା କଣ ହେବ ରୋକି!
ରୋକିହେଲେ କି ହେବ କଣ!
ଛୋଡ ଦୋ କହିଲା ଭିତରୁ କେହି।
ରହ ବେ, ଆପେ ପଡିବ ଖାଲରେ
ଦେଖିବୁ, ଅପେକ୍ଷା କର।

2

ଏବେ ବି
ଥୁଲା ଥୁଲା ରକ୍ତ
ଝର ଝର।
ଏବେ ବି
ଶିକାରୀ ମାରୁଛି ଶର
ନୀଳ ଆକାଶରେ
ଉଡି ଯାଉଥିବା ଶାନ୍ତ ପକ୍ଷୀଙ୍କୁ।
ଛିଣ୍ଡି ବିଛାଡି ପଡୁଛି
କଂଚାମାଂସ ଖଣ୍ଡ ସବୁଆଡେ।
କାହାଠି ରକ୍ଷା କବଚ?
କେବକୁ ଆଉ କଣ ହେବ!
ଦେଖିବାକୁ ଆଉ ରହିଛି କଣ?

ତପୋବନ, ଟିଟିଲାଗଡ, ବଲାଙ୍ଗୀର
25/03/2021

Wednesday, March 24, 2021
Topic(s) of this poem: time
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success