1.
ନେଇଁ ଖୁଜତିଁ କେଁ!
ନେଇଁ ଖୁଜଲେ
ପାଏମି କେନ୍ତା ସେ
ନେଇଁ ପାଏଲେ
ଜାନମି କେନ୍ତା
କାଣା କେନ୍ଟା
ନେଇଁ ଜାନଲେ
କିଟ କିଟ ଅଁଧାରୁ
ମୁକଲି ହେବାକେଁ! !
2.
ଗିଆନ ନେଇଁ ଦେଖାହା,
ଘର ଭିତରୁ ବାହାର,
ଚେରନୁ ଘିଚିକରି
ଦେ ଫିକି ଅଁଧାର।
ଅଁଧାରେ ରହେବାରକାଜେ
ତୋର ଜନମ ନେଇଁ ହେଇ,
ଅଁଧାର ଭିତରେ କାମ କବାର
ନେଇଁ ପାରୁ କରି ଭଲକରି।
ଧିଆନ ରଖ, ତୁଇ
ଜଉଛୁ ହେ ଉଜାଲାଆଡକେ
ଜେନ ଉଜାଲାର ଝଲକଟେ
ତୁଇ ଆଏ।
ଘର ଭିତରୁ ବାହାର,
ଉଜାଲା କରବାରକାଜେ
ସଭକେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
This poem has not been translated into any other language yet.
I would like to translate this poem