କବିତାକୁ
କବିତା ଜାଗାରେ ରଖି
ପଳେଇବା କଥା।
ପାରିବ କି ଯାଇ?
ଭଁଡାରକୋଣରୁ ପୁଣି
ଆସୁଛି ଘୋଟି ମେଘ,
କଳାହାଣ୍ଡିଆ।
ମହଲ ଉପରୁ ଦେଖି
ସ୍ୱୟଂ ରାଜା ବି ଛାନିଆଁ।
ଏକେ ତ ସ୍ଥିର କଲେ
ମିଳିମିଶି କରିବା,
ପୁଣି କିଆଁ ଏତେ ଫାଟ!
ଲେଡିବାଟୁ ଆସିଲା କେମିତି
କୋଉ କଳିପୁରୁଷ!
ପଢାକୁ ଅଛ ଯେତେ
ଯାଇ ରହ ସେପଟେ,
ମସ୍ତରେ ଖାଅ ପିଅ ଶୁଅ।
ଟେନସନ ନେବାର ନାଇଁ,
ବୁଡୁ କି ହଜୁ ଦେଶ।
ଫାଟୁଫସର ସରକାରୀ ଯୋଜନା,
ମହୁଲ ନ ଥିପୁ ଗଛରୁ,
ରଣା ନ କରୁ ବଣା କାହାକୁ।
ଘଡିକୁ ଘଡି, ଫତରଫଡିରୁ
ପୁଣି ପୁଣି ଶୁଭୁଛି କାହାର ରଡି।
ସବୁ ମାୟାଜାଲ ଆଏ
ସରକାରୀକଳର।
ଆଉ ଆମେ ଡହକବିକଳ,
ଆପତ୍ତି ଅଭିଯୋଗ ଯେତେ କଲେ ବି
କଣ କିଛି ଅଛି ହେବାର?
ଥୟ ନାଇଁ,
ମାରୁଛି ମେଘ
ଅସରା ପରେ ଅସରା।
ଦୁହାଁଳିଆ ଗାଈସବୁ
ରହିଲେଣି ଆଉ କୋଉଠି!
ଡେବରି ଭୁଜନି ଯାଅ ଭୁଲି,
କରିବାର ଅଛି ଯାହା ଯେମିତି,
କର ତୁରନ୍ତ, ନାଇଁ ତ,
ତୁମରତୁମେ ଯିବ ରହି ଆଡପଟିଆ,
ସପନ ଭରମ ଆଉ
ନ ଥିବ କିଛି,
ଖାଲି ଥିବେ ଭଣ ଭଣ ମାଛି।
This poem has not been translated into any other language yet.
I would like to translate this poem