ସ୍ଥିତି କଥା ପଚାର ନି,
ମୋଠି ଅଛି ଆଉ
ମୁଁ କୋଉଠି ଜାଣି ନି।
ଯାହା ଥିଲି ଅଛି ସେମିତି,
ବାହ୍ୟ ରଙ୍ଗ ଯାଇଛି ଉଡି।
ଅନେକ ନିଆଁକୁ
ଦେଇଛି ଅନେକ ରୂପ।
ସୋରିଷ ଜିରା ମରିଚ
ଫୁଟଣ ବି ନ ପଡିଛି ନୁହଁ,
ସବୁ ସୁଗନ୍ଧରେ ଭରପୂର।
ପ୍ରିୟଅପ୍ରିୟକୁ ଏକାଠି
ରଖାଯାଏ କେମିତି
ଯାଇଛି ଶିଖି ୟା ଭିତରେ
ଆଉ ସୁସ୍ଥ ମୁଁ ଏଠାରେ।
This poem has not been translated into any other language yet.
I would like to translate this poem