କେବେକେବେ ମୁଁ ଯାଉଛି,
କେବେକେବେ ତୁମେ।
କୋଉଠିକି ଯାଉଛେ ଆମେ?
ଯାଉଛେ କଣ କରିବାକୁ?
ନାହିଁ ଜଣା କାହାକୁ।
ପିନ୍ଧିଛେ କିନ୍ତୁ ଉଭୟେ
ବେଶ୍ ଗହିରୀଆ ପୋଷାକ।
ଧରିଛେ ଜାବୋଡି ଗୋଡି ବାଲି
କାଦୁଅ ପଥର ଆଉ ପତ୍ର ଆଉ ଚେର।
ବିଜୁଳିର ଝଲକ ଦେଖୁଛେ ଉଭୟେ,
ସକାଳୁ ନମସ୍କାର କରୁଛେ ସୂର୍ଯ୍ୟଙ୍କୁ।
ଆମର ଅଜ୍ଞତାକୁ ଲୁଚାଇବାକୁ ଯାଇ
ମାପି ବସୁଛେ ନିଜର ଉଚ୍ଚତା।
ଆଉ ଏଇଠୁ ଆମର ଆରମ୍ଭ ବାଟଭଙ୍ଗା।
This poem has not been translated into any other language yet.
I would like to translate this poem