କାହାକୁ ଅନଫ୍ରେଣ୍ଡ କରିବି? To Whom I Unfriend Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କାହାକୁ ଅନଫ୍ରେଣ୍ଡ କରିବି? To Whom I Unfriend

1.

କାହାକୁ ଅନଫ୍ରେଣ୍ଡ କରିବି?
କନଫର୍ମ କରିବି କାହାର
ଫ୍ରେଣ୍ଡ ରିକ୍ୱେଷ୍ଟ!

ଦେଖିଲି ତାଲିକା କଲାବେଳେ
କିଏ କିଏ ଅଛନ୍ତି ସାଇଲେଣ୍ଟ ମୋଡରେ।
ଆଉ କିଏ କିଏ କହିଲେଣି
ଟେକ୍ କରନ୍ତୁ ନି ଆମକୁ ଦୟାକରି
ପଢିବାର ଇଚ୍ଛାହେଲେ ଆମେ ଯାଇ
ପଢିବୁ ଆପଣଙ୍କ ଟାଇମଲାଇନରେ।

ଟାଇମଲାଇନକୁ ମୁଁ ବଦଳାଇଲାବେଳେ
ଦେଖୁଛି ଆମ୍ୱିଳାମୁହଁ କାହାକାହାର।
ଆଉ ଦେଖୁଛି କିଏ କିଏ ଜଡାତେଲ ମନ୍ଥିବାରେ ବ୍ୟସ୍ତ
ହାତେଇବେ କେମିତି ଆଉ କୋଉକୋଉ ପୁରସ୍କାର।
ମେସେଜକୁ ଯାଇ ଦେଖୁଛି ଛଟପଟ ଜୀବନର ଆର୍ତଚିତ୍କାର।

2

କୋଉଟା ତୁମର ଜନ୍ମସ୍ଥାନ,
କୋଉ ମାସ ବାର, କେତେ ତାରିଖ,
କଣ ତିଥି ନକ୍ଷତ୍ର ଲଗ୍ନ
ଆଉ ସବୁ ସବୁ ମୂଲ୍ୟହୀନ।

ତୁମେ ଅଛ, ବଂଚିଛ,
ଅଛି ତୁମଠି ଜୀବନ,
ଯଥେଷ୍ଟ ଏତିକି।
ଆଉ ଯଥେଷ୍ଟ ବି
ଦୁଃଖସୁଖ ହେଉଛ
ମୋ ସହିତ ମଝିରେ ମଝିରେ।

ଏବେ ତୁମେ ଏ ରୂପରେ
ଆଉ ମୁଁ ତୁମର ପାଖରେ ପାଖରେ।
ସୂର୍ଯ୍ୟର ଆଲୁଅ ଅଛି କି
କାହାର ଛାଇ ପଡୁଛି ନାହିଁ ଖାତିର ତେଣିକି।

Wednesday, March 21, 2018
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success