ନୁହେଁ
ଗଜାନନ ମିଶ୍ର
ନୁହେଁ,
ନୁହେଁ ଆଜି ସକାଳ
କାଲି ସକାଳ ପରି।
ଏ ସକାଳରେ
ନ ଥିଲା ଆକାଶ ଆଦୁ।
ଯୋଉ ଆକାଶ ନ ଥିଲା
ସେଇଠି ଲାଖି ରହିଥିଲା
ମୋ ମନ ମୋ ହୃଦୟ।
ମୁଁ ଯେ
ଏତିକି କହିବାକୁ ଏଇଠିକି
ଆସିଛି କହୁଛ କେମିତି!
କହୁଛ ବି କେମିତି ତୁମେ
ନାଚିବ ଖାଲି ଆଉ ମୁଁ
ମାରିବି ତାଳି।
ଏ ଯାଏ ହୋଇ ନି ଯୋଉଟା
ଭାବୁଛ କିଆଁ ନ ହେବ!
ଲକ୍ଷୀ ପଦରଠୁ ଟିକିଏ
ଆଗକୁ ସେଇ ଡଙ୍ଗର
ଆଉ ଡଙ୍ଗର ତଳେ ସବୁ।
ସେଠି ଚନ୍ଦ୍ର ସେଠି ସୂର୍ଯ୍ୟ
ସେଠି ଅନ୍ଧାର ସେଠି ଆଲୁଅ।
ନ ଜାଣିଛ ନୁହଁ କିଛି ଆଉ
ଭୁଲ ଉପରେ ଭୁଲ ତଥାପି
ଚାଲିଛି ଲଗାତାର ଏଇଠି ଇ।
ବେଳ ରତ ରତ ଉଇଁ ଆସୁଥିବା
ସମୟକୁ ଅପେକ୍ଷା ଆମର।
ଆଗକୁ ଆଉ କିଛି ବଢିଗଲେ
ସବୁ ଯେ ହେବ ଦୃଶ୍ଯ
କହି ନି ଏମିତି କାହାକୁ।
ବେଳକୁ ବେଳ କପାଳ
ନାହିଁ ଆଉ ଅଛି ଭିତରେ
ପଡୁ ନି ଜଣା ଫରକ।
ହଁ ଯେ,
ସରିଛି ସବୁ ଆସିଲା ମାତ୍ରେ।
ଆଉ ଅଛି କହୁଛ ଯୋଉଟା
ଆଖି ଓହରି ଆସୁଛି ସେଇଠୁ।
ସିର୍ ସିର୍ ପବନ ଅବଶ୍ଯ
ଖେଳୁଛି ମନଇଚ୍ଛା କାନ୍ଦି କାନ୍ଦି
ଆଉ ପୁଣି ହସି ହସିଦର୍ଶେଇବାକୁ
ଜୀବନର ମାନେ ସବୁ ଭିତରେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/8/2019
This poem has not been translated into any other language yet.
I would like to translate this poem
Each day is distinct, each life is unique