କଥା ଭେଦିଲେ
ଗଜାନନ ମିଶ୍ର
କାହାକୁ ଭେଦିବ କୋଉଟା କେତେ!
କେମିତି ଜାଣିବା ଏଇଠି ସତେ!
ଜାଣିବାବେଳକୁ ନ ଥିବା ଆଉ।
ତୁଚ୍ଛାକୁ ଆଉ କରୁଛି କି କାଉ
ରାଉ ରାଉ ଏଇ ସକାଳୁ!
କହୁଛି କିଏ ବଢା ଭାଉ
କଷ୍ଟସିନା ଉଠିବା ଉପରକୁ
ଉଠିଲେ ଥରେ ପାଇଯିବା ଯେ ସତ୍ଯକୁ ।
ସତ୍ୟର ସମୟ ସତ୍ୟର ଜୀବନ
ସତ୍ୟରେ ଧରିଛି ତାରା ଗ୍ରହ ନକ୍ଷତ୍ର
ଏଇଠି ଏଇମିତି ଏଇ ଆକାଶ।
ଆକାଶରେ କେତେ ମାଟିର ଫୁଲ
କେତେ ରଙ୍ଗ କେତେ ବାସ ଅମୂଲମୂଲ
ନାହାନ୍ତି କୋଉଠି ଶତ୍ରୁପଲ!
ଶତ୍ରୁ କିଏରେ ମିତ୍ର କିଏ
କଥା ଭେଦିଲେ ସମାନ ସଭେ।
ଭେଦେଇବାକୁ ଅଛି ଟି କବି
ମନେରଖରେ, ଅସ୍ତ ହେବ ନି ଆଜିର ରବି।
ତପୋବନ, ଟିଟିଲାଗଡ, ବଲାଙ୍ଗିର
12/4/2019
This poem has not been translated into any other language yet.
I would like to translate this poem
The poet is more powerful than the sun, and poetry is there to gives light for all days to come.