ସତ୍ୟଜ୍ଞାନ True Knowledge Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସତ୍ୟଜ୍ଞାନ True Knowledge

Rating: 5.0

ଜଳ, ଆଃ
ଗଜାନନ ମିଶ୍ର

ଜଳ, ଆଃ
ତିନିଥର ଜଳାଂଜଳି
ହେଇ କରୁଛି ଅର୍ପଣ
ନେବା ହୁଅନ୍ତୁ ବାବା।
ଏବେ ମୋର ମନ
ନିରତ ଚିନ୍ତାରେ ତୁମର।
ଦୂରରେ କିନ୍ତୁ
ମୋର ଆତ୍ମାରେ ତୁମେ,
ତୁମେ ସବୁ।

ତୁମେ ଜଳ,
ତୁମେ ପୁଣି ଅଗ୍ନି।
ଆସ, ଏଇଠି ବସ।
ମୁଁ ହେଇ ଦେଖ ସବ୍ୟ
ପୁଣି ହେଉଛି ଅପସବ୍ୟ।
ଆସ ହେ ଆସ,
ଉର୍ଦ୍ଧ୍ୱସ୍ଥ, ଉତ୍କୃଷ୍ଟ ଲୋକସ୍ଥ,
ଆହୁରି ଆହୁରି ଯାଅ ଉର୍ଦ୍ଧ୍ବକୁ।
ଅଧିକାର କରିବା ହୁଅନ୍ତୁ
ବିଶିଷ୍ଟ ସ୍ଥାନ, ଜାଣେ
ଶତ୍ରୁ ବା ମିତ୍ରର ନୁହଁ
ତୁମେ କେବେ ଅଧୀନ।
ଜାଣେ, ପାଖରେ ତୁମର
ସଦା ସତ୍ୟଜ୍ଞାନ।

ହେ ବନ୍ଦନୀୟ,
ହେ ନବଗତି ଯୁକ୍ତ
ଘୃତ ଦୁଗ୍ଧ ଅମୃତ
ହୁଅ ତୃପ୍ତ।
ହୁଅ ଆନନ୍ଦିତ।
ହେ ବାୟୁ,
ବହନ କର ମଧୁ,
ମଧୁମୟ କର ଏଠାକାର
ଏ ସକାଳ ଦିପହର ସଂଧ୍ୟା
ଆଉ ସବୁ ଧୂଳିକଣା
ଆଉ ଆଉ ସବୁ ସମସ୍ତଙ୍କୁ।

ସ୍ତମ୍ଭଠାରୁ ବ୍ରହ୍ମଯାଏ
ଏ ଚରାଚର
ସମସ୍ତଙ୍କୁ ମୋର ନମସ୍କାର ।
ଆନନ୍ଦରେ ଥାଆନ୍ତୁ ସମସ୍ତେ,
ସମସ୍ତଙ୍କଠୁ ଦୂରରେ ଦରିଦ୍ର,
ସମସ୍ତେ ଗୋଟେ ଗୋଟେ
ତୀର୍ଥ ଆଉ ତୀର୍ଥକ୍ଷେତ୍ର ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
17/9/2019

Monday, September 16, 2019
Topic(s) of this poem: knowledge
POET'S NOTES ABOUT THE POEM
All nectar here - true knowledge
COMMENTS OF THE POEM
Dr Dillip K Swain 17 September 2019

A wonderful poem my very dear elder brother.....great work..........................................10++++++++++++++

0 0 Reply
Kumarmani Mahakul 16 September 2019

True knowledge always motivates mind and we should feel this truth. An excellent poem is beautifully penned.10

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success