ସହରସାରା ଡାହାଳ କୁକୁର
ଗଜାନନ ମିଶ୍ର
1
କଣ କରିବ
ମାତିଥିଲାବେଳେ
ସହରସାରା
ଡାହାଳ କୁକୁର?
କେମିତି ବଂଚେଇ ରଖିବ
ତୁମର ରକତ ମାଉଁସ?
2
ସତ୍ୟ ଯେ
ତୁମେ ମାଟି।
ଆଉ ଏ ମାଟିକୁ ନିଘା
ଆକାଶର।
ସତ୍ୟ ଯେ
ମାଟି ଓ ଆକାଶ ଭିତରେ
ଆମେ କିଛି ସମୟର
କଙ୍କି ଓ ପ୍ରଜାପତି।
This poem has not been translated into any other language yet.
I would like to translate this poem