1
ହେଉ ନ ଥିଲା ନାମକରଣ,
ଚାଲିଥିଲାବେଳେ ରମଣ।
ଦୋହଲୁ ନ ଥିଲା ପବନ,
ଚାଲିଥିଲାବେଳେ ମରଣ।
ବାହାରୁ ଦେଖିଲେ ଶୟନ,
ଭିତରୁ ଦୃଶ୍ୟ ଭିନ୍ନ।
ଯା ଯା ଖୋଜି ଆ ପ୍ରମାଣ,
କୋଉଠି ମନ ବୃନ୍ଦାବନ।
2
ପାଗଳ ହେବା,
କବିତା ଲେଖିବା,
ଆତ୍ମହତ୍ଯା କରିବା-
ଏ ତିନିଟାର କାରଣ
ଗୋଟିଏ ହୋଇପାରେ,
କହି ପାରିବେ କଣ?
କହିଦେବେ ଯଦି
ମାନିଯିବି, ସଚ୍ଚା ଆପଣ।
This poem has not been translated into any other language yet.
I would like to translate this poem
Well penned dear poet.....!