ଏକୋଇଶ ଦିନ ପରେ
ଗଜାନନ ମିଶ୍ର
ଧରାଯାଉ
ଏକୋଇଶ ଦିନ ପରେ
ସବୁ ବାଟେ ପଡିଯିବ ।
ଧରାଯାଉ
ଆଖି ଫିଟିବ
ଆଉ ସତମିଛ ବାରି ହୋଇଯିବ।
ସତରେ କଣ
ଚୋରିଦାରୀ ହଟିବ!
ଜୀବପରମ ଭେଟ ହେବ!
ସତରେ କଣ
ଦଶଦ୍ୱାର ଫିଟିବ!
ହେବ ମୁକ୍ତ କାୟ ମନ ବାକ୍ୟ!
କେଜାଣି
କେତେ ମାସ ଲାଗିବ
କେତେ ଦିନ ଲାଗିବ
ପବନ ପାଣିରୁ ଉଠି
ଆକାଶ ହୋଇଯିବ! !
ଆକାଶର ରଙ୍ଗ କେତେ
କିଏ କେମିତି କହିବ?
ଆକାଶ କେତେ ରୂପରେ
କିଏ ଜାଣିବ କୋଉଠି ରହିବ?
ଯେତେ ପ୍ରକାଶ ସେତେ ଅଦୃଶ୍ୟ
କିଏ ଜାଣିବ କେତେ ଖସେ
କୋଉଠୁ କୋଉଠିକୁ ବିନ୍ଦୁରସ।
ସବୁ ଜାଣିବ, ରୁହ
ଯାଉ ପାଖରୁ ଦିନ ଏକୋଇଶ।
ତପୋବନ,ଟିଟିଲାଗଡ,ବଲାଙ୍ଗୀର
26/03/2020
This poem has not been translated into any other language yet.
I would like to translate this poem