Two Odia Poems ପୂରା ବେପାରଟା,ଆକାଶରେ ଆକାଶରେ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

Two Odia Poems ପୂରା ବେପାରଟା,ଆକାଶରେ ଆକାଶରେ

Rating: 5.0

1.

ପୂରା ବେପାରଟା
ସ୍ୱପ୍ନକୁ ନେଇ।
ଆଉ ସ୍ୱପ୍ନ ପଛେ ପଛେ
ଯାଇଛି ଯିଏ
ଚାଖିଛି କଣ ମଜା।
ଅସ୍ତ୍ରଶସ୍ତ୍ରକୁ ସଜେଇ
ରଖିଛି ପୁଣି ହସରେ।
ବନ୍ଧୁତ୍ୱର ରସରେ
ପଡି ନି ଜଣା କିଏ
କଲାଣି କଣ କେଉଁଠାରେ।
ଆସିଛି ଯାଇଛି ମେଘ,
ବାଜିଛି ତାଳି, ପଡିଛି ହୁଳହୁଳି।
ଥଟ୍ଟାରେ ଜିଇଁଛି ଜୀବନ,
ଘାସଠୁ ଦୂରେଇ ଯାଇ।
ପୁଣି ଆସି ଉତ୍ପତ୍ତିସ୍ଥଳରେ
ଗାଡିଛି ଧଣ୍ଡାମାଳ ଆଉ
ଦେଇଛି କହି
ଶୁଣ, ଶୁଣ ଗାଁ ଲୋକ,
ବୁଝିବାକୁ ହେବ
ତୁମଆମ ଫରକ।
ଖୋଜୁଛ ଯଦି ଭୌଗଳିକ କାରଣ,
ଘୁଂଚିକି ବସ।
ମାତ୍ ଖାଇଯାଉଛି ସବୁ ସ୍ୱପ୍ନ
ଠା ମାଡି ବସିଲାବେଳକୁ
ରଙ୍ଗହୀନ ଆକାଶ ।

2.

ଆକାଶରେ ଆକାଶରେ
ଠକେଇ,
ଶୂନ୍ୟରେ ଶୂନ୍ୟରେ
ଦୋଳି।
ଜଣା ପଡୁ ନି
କିଏ ଯାଇ କୋଉଠି।
ଆସୁଛି ଯେବେ ଚେତା
ପ୍ରତ୍ୟକେ କହିଉଠୁଛନ୍ତି
ନିଜକୁ ନିଜେ
ଜଗତଜିତା।
ଅମୁକ କଲାଣି କିଏ,
ଠମୁକ ଜାଗାରେ
ଗାଦି ମାଡି
ବସିଲାଣି ଆଉ କିଏ,
କୁହୁଡିରେ ପହଁରି ପହଁରି
କହିଲାଣି ଆଉ କିଏ
ମୁଁ ମାଲିକ ଏଠାରେ।
କିଏ କାହା ପାଖରେ?
ଚୁପ୍ କିନା ଲୁଚିଛପି
ଦେଖିବାଲୋକ ଦେଖୁଛି
ଖାଲି ମୁଠାକୁ ପବନରେ।
ଘର ବାହୁଡାବେଳେ
ହସକାନ୍ଦ ଲାଭାଲାଭ
ଆଉ କିଏ ପଚାରେ!
ଦେଲାଟା ନେଲା,
ନେଲାଟା ଦେଲା
ହିସାବ ବରାବର୍ ପକ୍କା।

Sunday, April 8, 2018
Topic(s) of this poem: sky
POET'S NOTES ABOUT THE POEM
Odia is the official language of Odisha, India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success