1
ମୋ ଆକାଶରେ ମୁଁ,
ମୁଁ ଠିଆ ମୋ ପୃଥିବୀ ଆଗରେ।
ମୋ ପୃଥିବୀ ତୁମର,
ଯାହା ଭିତରେ ଖେଳାବୁଲା ଆମର ଏତେ।
ମୁଁ କଣ ନୁହଁ ତୁମର ସତେ!
ତୁମର ହସ ସୁଷ୍ଟ ଦିଶୁଛି ଏଠାରେ।
2
ଏ ଶୀତ ରାତିର ଆକାଶ ତଳେ,
ଶୋଇବାକୁ ଦିଅ ମତେ।
ମାପିବାକୁ ଦିଅ ମୋ ଭିତରର ଅଗ୍ନି,
ଏ ମାଟି ଉପରେ ଦେଖୁଛି ଯିଏ ସ୍ୱପ୍ନ ଅହର୍ନିଶ,
ନାହିଁ ଯାହାର କୋଉଠି ଶେଷ।
3
ଜାଣେ, ଏ ଶୀତ ରାତିକୁ
ନିଦର ଭାରି ଡର।
ଆକାଶ ଯେତେ ଭୟ ଦେଖେଇଲେ ବି
ମୋ ପାଖକୁ ପାରୁ ନି ଆସି,
ସେଇଟା ଇ ମୋର ବିଜୟ।
4
ମୁଁ ନୁହେଁ ବରଫ,
ନୁହେଁ ବି ପଥର ଖଣ୍ଡ।
ମୁଁ ଏକ ଡହ ଡହ ଅଗ୍ନି,
ସବୁ ମିଛଖଚ ଜାଳି
ସତ ପ୍ରତିଷ୍ଠିତ କରିବାରେ ଯିଏ ସଦା ବ୍ୟସ୍ତ ।
This poem has not been translated into any other language yet.
I would like to translate this poem