ଶେଷ ବୋଲି
ଗଜାନନ ମିଶ୍ର
ଅଛି କି କଣ କୋଉଠି
ଶେଷ ବୋଲି!
ଜାଣି ନି କହିଲି।
କହିଲ ଯାହାକୁ ଦୁଃଖ
ଆରବ ସାଗର କୂଳରେ
ଛାଡି ଆସିଲି
ଦେଖି ପାର ଯାଇ।
ଚକଚକିଆ ଏଇଟା ସୁନା
ଜମାରୁ କହି ନି।
ଭରସା ନାଇଁ ସେମିତି
ସୁନାରେ ମୋର।
ଅଛି ଯୋଉଠି ଅଛି
ନାଇଁ ବୋଲି
କହିବା ଲୋକ ଅଛି
ଏ କଥା ନାଇଁ।
ଅଯଥା ଟଣାଓଟରାରେ
କଣ ଅଛି କି?
ତପୋବନ, ଟିଟିଲାଗଡ, ବଲାଙ୍ଗିର
23/01/2020
This poem has not been translated into any other language yet.
I would like to translate this poem