1.
ଲେଖିବାକୁ ଚାହେଁ ହୃଦୟ,
ଲେଖି ହେଉଛି କିନ୍ତୁ ପ୍ରଳୟ।
ପ୍ରଳୟ ଭିତରେ ଖୋଜିଲାବେଳେ ନିଜକୁ
ପାଉଛି ତୁମକୁ।
ତୁମେ ଯିଏ ବି ହୁଅ,
ଅଛ ପାଖରେ ସେଇ ଯଥେଷ୍ଟ।
2.
ଏମିତି ସେମିତି ନୁହଁ
ତୁମର ମୋର ଏ ରହିବା।
ଆଉ ରହିବା ଭିତରେ
ଆମେ କରୁଛେ ଯାହା
ଏଯାଏ କରି ନ ଥିଲେ
କେହି ସେଗୁଡା।
ତାଭିତରେ ବଡିପକା
ଫୁଲତୋଳା ସବୁ ପକ୍କା।
This poem has not been translated into any other language yet.
I would like to translate this poem