ସତ ଆଉ ଅସତ
ମଝିରେ ଜୀବନ
ସଦା ସନ୍ତୁଳିତ ।
ସତ ଆଉ ଅସତ
ୟା ବାହାରେ କିଛି
ଆହୁରି ଉଦ୍ଭାସିତ ।
ସତ ଆଉ ଅସତ
ପ୍ରେମର କସରତ।
ସତ ଆଉ ଅସତର ଯୁଦ୍ଧ,
ହେବାର ନାଇଁ କ୍ରୁଦ୍ଧ
ହେବାର ଅଛି ଆବଦ୍ଧ
ହେବାର ଅଛି ବୁଦ୍ଧ ।
This poem has not been translated into any other language yet.
I would like to translate this poem