ପାଏନ ପାଏନ
ଗଜାନନ ମିଶ୍ର
ପାଏନକେ ନେଇଁ କହ
ଏନ୍ତାସେନ୍ତା।
ପାଏନ ତ ପାଏନ ଆଏ।
ଇ ପାଏନକାଜେ କହୁଛନ ସଭେ
ଜୁଧ ହେବା ବଢେଟେ ଜୁଧ।
ଏଖେନ ତ ଇ ପାଏନ
ଖେଇ ଦେଲାନ ମୋର
ଘର ଦୁଆର ଖେତଖଲା
ଗାଁ ସହର ଜିଲ୍ଲା।
ପାଏନ ଜୀବନ
ପାଏନ ମରଣ
ପାଏନ କାଜେ
ଭାବପିରତି ଗୋଏଲ
ମା ଝି ସତରପଟିଆ
ହନାମରା।
କହେଲା ଆରୁ ବଢବା
ପାଏନ ପାଏନ ପାଏନ ।
ଭସେଇ ନେବା ଛେଲ ମେଢି
ମୁନୁଷ ସେଇକଲ ମଟର ଗାଡି।
ମର କି ତର କାଏଁ ଜଉଛେ କାହାର!
ପାଏନର କାଏଁ ହାତଗୋଡ
କାଏଁ ତୋର ମୋର!
ସପନସବୁ ଦେବା ଧୁସଲେଇ
ଭାଷା ସବୁ ନଉଛେ ଫୁସଲେଇ।
ଇ ପାଏନ ଦେସି ଧୋକା
ଠିକ ଦେଖିକରି ସମିଆ।
ପାଏନଥିସି ମୋର ଭିତରେ,
ତମର ଭିତରେ, ବାହାରେ
ରହେଲେ ମାରସି ବୁଡେଇ।
ନାଚସି ତାକଧେଇ ଧେଇ
ଦିନରାଏତ ଏତକିସେତକି।
ପାଏନକେ ନେଇଁ କହ
ମୁଇଁ ମୁଇଁ, ଦେବା ଚଟେଇ
କାଦୋ ଭୁଇଁ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
13/8/2019
This poem has not been translated into any other language yet.
I would like to translate this poem
Language- kosli, script - brahmi, it is about war