ଯା' ମର୍
ଗଜାନନ ମିଶ୍ର
ମରିବାକୁ ଏତେ ସଉକ୍ ଯଦି
ଯା' ଶଳା ମର୍।
ରାଜା ସହିତ ଲାଗୁଛୁ
ନ ମରି କେମିତି ରହିବୁ!
ମରିକି ରହିବାର ସ୍ୱାଦ
ପୂରା ଅଲଗା।
ଦୁନିଆଁରେ ଅଛୁଁ
ମରିବାକୁ ଇ ଆମେ।
ମରିବାକୁ
ଡର କିଆଁ ବେଃ?
କୋଉ ବଂଚିଛୁ ଯେ
କହିବୁ ମରିବି ନି ଆଦୁ!
ତୁ ଟା ହଁରେ ହଁ ମିଶେଇ
କୋଉ ଅଛୁ!
ତପୋବନ, ଟିଟିଲାଗଡ, ବଲାଙ୍ଗୀର
16/10/2020
This poem has not been translated into any other language yet.
I would like to translate this poem