1.
ଜୀବନ ମୋ କୋଉଠି?
ପଚାରୁଛି ସଭିଙ୍କି।
ଆଉ ସମସ୍ତେ
ଯାଇଛନ୍ତି ଭୁଲି
କଣ ଜୀବନ।
ଖାଇ ପିଇ ଶୋଇ
ଯେଣତେଣ ରହିଯିବା
କଣ ଜୀବନ ଜିଇଁବା?
ନ ଥାନ୍ତି କହିବାକୁ ଜଣେ ବି,
ଏଠି ଅବା ସେଠି।
ଜଣା ମତେ କିନ୍ତୁ
ଏ ଯୋଉ ରହିଛି ସମୟ
ଅଶ୍ୱଶକ୍ତି ଧରି ପାଖରେ
ପାରୁ ନୁ କାମରେ ଲଗେଇ
ଆମେ କେହି।
ଆଉ ନିଜ ନିଜ ଭିତରେ
ବାଡିଆବାଡି ହୋଇ
ମରୁଛୁଁ ପ୍ରତିମୁହୂର୍ତ ।
ଜମାରୁ କରୁ ନି କାମ
ଆମ ଆଖି କାନ
ଗୋଡ ଆଉ ହାତ।
ଆମର କିଛି ନାଇଁ ବି ସଂପର୍କ
କିଏ ହେଲା ଉଦୟ
ଆଉ କିଏ କୋଉଠି
କେମିତି ହେଉଛି ଅସ୍ତ।
This poem has not been translated into any other language yet.
I would like to translate this poem