ସବୁ ବିରଳ,
ବିରଳ ମୁହୂର୍ତ,
ବିରଳ ବ୍ୟକ୍ତି,
ବିରଳ ରାଜ୍ୟ,
ବିରଳ ଲୋକ,
ବିରଳ ପୋକ।
ସବୁ ବିରଳ,
ଆଉ ୟା ଭିତରେ
ଆମେ ସରଳ,
ତରଳ, ସବୁ
କଷ୍ଟ ସବୁ ଯନ୍ତ୍ରଣା
ଆମଠି ଠୁଳ।
ଆଉ ଆମଠି
ପ୍ରଚଣ୍ଡ ଭୋକ,
ଭୋକ ଯେ ଭୋକ
କାହିଁରୁ କେତେ,
ରାଇଜ ବୁଡୁଛି
ଅନ୍ଧାରରେ ଏତେବେଳେ।
ତୁନି ଥିଲୁ ଥିଲୁ
ପାଟି ଫିଟାଇଲୁ,
ପାଟି ଫିଟାଇଲୁ ଯେ
ସ୍ୱାର୍ଥ ରଖିଲୁ
ଆଉ ମଲୁ
ଆଉ ଆଉ ସଭିଙ୍କୁ
ମାଇଲୁ।
କଣ ପାଇଁ କଲୁ?
ହେଲା ନାହିଁ ଜାଣି,
ଅଛି ଯଦି ସାହସ
ଜୋରରେ କହି ଦେ
ଭାସି ଯାଉଥିବା,
ବୁଡି ଯାଉଥିବା
ଏ ମାଟିକୁ ଆଣିବୁ ଛାଣି।
This poem has not been translated into any other language yet.
I would like to translate this poem
only for the wrong policies and implementation of the Govt general people are in hunger