ଧନ୍ୟବାଦ କରୋନା,
ତୋ ପାଇଁ ଆଜି ସଚରାଚର ବିଶ୍ୱ ଏକ!
ସାବଧାନ କରୋନା,
ମାନବିକତାର ପ୍ରମାଣ ଆମ ପାଖକୁ
ଆସି ଯାଇଛି ଏବେ!
ଆମେ ଜୀବନ ଚାହୁଁ କରୋନା,
ବାହାରି ଯା ଭିତରୁ!
ଲୁଚିଛପି ବହୁତ ନେଲୁଣି ଜୀବନ
ଏତେବେଳେ ଏ ମାଟିରୁ।
ତୋ ଗଣ୍ଠିଲି ବାନ୍ଧି
ବାହାରି ଯା, ଯା
ଅଛି ତୋଠି ଜାଣୁ ଆମେ
ସବୁ ବିକୃତିର ପରାକାଷ୍ଠା ।
ଦୂରକୁ ଘୁଂଚି ଯା
ଦୂରକୁ, ଛୁଁ ନା
କାହାକୁ ଛୁଁ ନା।
କରୋନା,
ତତେ ଏଠି
ଏ ଧରିତ୍ରୀରେ
ସବୁକିଛି ମନା।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
27/03/2020
This poem has not been translated into any other language yet.
I would like to translate this poem