ନେଇଁ କାଁଦ,
ତୁଇ କାଁଦଲେ
ନେଇଁ ଜିବାର
ମୋର୍ ଦିହେ।
ମୋର୍ ହସି
ମୋର୍ ଖୁସି
ଦେବାର୍ କାଜେ
ଇନ ମୁଇଁ ଅଛେଁ
ଇ ତୋର୍ ଘରେ।
ମାଏଟ ତୋର,
ଘର ତୋର୍,
ଚକା ଜନ୍ ତୋର୍,
ମେଘ୍ ବାଦଲ ମୋର୍
ନେଇଁ କାଁଦ,
ତୋର୍ କାଁଦିଥି
ଆକାଶରୁ
ଝରିପଡୁଛେ,
ଦେଖ୍ ତ ଲୁହୁ।
ତୋର୍ ହସି ଥି
ଉଛଲି ଅଉଛେ
ସକାଲର
ଲାଲେ ଲାଲ୍ ସୁରୁଜ୍।
ନେଇଁ କାଁଦ,
ତୁଇ କାଁଦଲେ
କେନ୍ତା ଥଏ ହେବା
ମୋର ହୁରୁଦ୍!
This poem has not been translated into any other language yet.
I would like to translate this poem
In love life sorrow has no place