ମୋଦି ପର ନିସାନା
ଗଜାନନ ମିଶ୍ର
ପିଲା ପରୀକ୍ଷାରେ ଫେଲ ହେଲା
ସିଧା ମୋଦିପର ନିସାନା
ଯା ଚା ପକୋଡା ବିକ୍।
ବାତ୍ୟା ବନ୍ୟା ମରୁଡି ହେଲା
ସିଧା ମୋଦି ପର ନିସାନା
ଦେଖିଲ, ଏତେବେଳେ
କେନ୍ଦ୍ରରୁ କେହି ଆସିଲେ ନି।
ମାଏଝି ମୁନୁଷ ଛାଡଛୋଡହେଲେ
ସିଧା ମୋଦିପର ନିସାନା
ମନା କରିବାରେ, ବୁଝେଇବାରେ,
ଆଇନ ଗଢିବାରେ ବିଫଳ ହେଲେ।
ଫସଲରେ କୀଟ ଖାଇଲା
ସିଧା ମୋଦିପର ନିସାନା
ଚାଷୀପ୍ରତି ଅବହେଳା ଆଉ ହେଲା
ଅପମୃତ୍ୟୁର ସବୁ କାରଣ ।
ଲୋକ ବେମାର ପଡିଲା,
ସ୍ତ୍ରୀର ଛୁଆ ନ ହୋଇ ପାରିଲା
ପୁଅ ଝିଅ ମଦ ଡ୍ରକ୍ସ ଏଡିକ୍ଟ ହେଲେ
ସିଧା ମୋଦି ପର ନିସାନା
ବିଫଳ ସ୍ୱାସ୍ଥ୍ୟଯୋଜନା।
ପରିବେଶ ଦୂଷିତ ହେଲା,
ଗଙ୍ଗା ସଫା ନ ହେଲା,
ମନ୍ଦିର ଘୁଂଚିଲା
ସିଧା ମୋଦି ପର ନିସାନା,
କାହିଁ କିଛି କଲା ନି!
ପାକିସ୍ତାନ ବୋମାମାଡ କଲା,
ଚୀନ ରାସ୍ତା ତିଆରି କଲା,
ଆମେରିକା ଭିସା ପାସପୋର୍ଟ
ନିୟମ ବଦଳେଲା
ସିଧା ମୋଦିପର ନିସାନା
ଚୌକିଦାର ଚୋର ଆଉ ବେକାର ।
ଫିର ଭି ମୋଦି ମୋଦି ମୋଦି
ଘର ଘର ମୋଦି ଦିଲ ଦିଲ ମୋଦି
ମୋଦି ପ୍ରେମ, ମୋଦି କୋକୁଆ,
ଦିନ ରାତି କାମରେ ମାତିଛି,
ମୋଦି କଣ ଭକୁଆ!
ଏ ମୋଦିଟା ସତରେ ଅଡୁଆ!
ମୋଦି ପର ନିସାନା
ରଖେଇ ବସେଇ ଶୁଏଇ
ମସ୍ତି କରି ଦେଉ ନି ମୋଦି,
ଜୟ ଜୟକାର ଶୁଭୁଛି ପୁଂଜିବାଦୀ!
ସାଲା, କ୍ୟା ଚିଜ ହେ ମୋଦି!
ଯିଏ ଯାହା କରୁଛି,
ଯୋଉଠି ଯାହା ହେଉଛି
ମୋଦି ପର ନିସାନା,
ଅଛି କି ମୋଦିଠି
ଯମର ପରମାନା!
ତପୋବନ, ଟିଟିଲାଗଡ, ବଲାଙ୍ଗିର
2/5/2019
This poem has not been translated into any other language yet.
I would like to translate this poem