ରାଏତଅଧିଆ
ଗଜାନନ ମିଶ୍ର
ଇ ରାଏତଅଧିଆ
ମୁଇଁ କାଣାଟେ କରିଦେମି
କି ଇନ ଅଛନ ଜେତକି
ସଭେ ମୋର ମିତାମାରସାଦ
ଦରକାର ପଡଲେ ମୋର
ଆଗେପଛେ ହେସନ ଠିଆ
ହେନ୍ତା କିଛୁ ନେଇଁସେ ରେ ବୁଆ!
ନା ମୁଇଁ ଜାନିଛେଁ ତମକେ
ନା ଚିହ୍ନିଛେଁ ନିଜକେ!
ତମର କାମ କରୁଛେଁ
କି ନିଜେ ନିଜେ ଗୁନ୍ଦଲାଗୁପାଥି
ସାନିଘାଁଟି ହେଇ ମରୁଛେଁ
ହେନ୍ତା ଭି ନେଇଁ!
ଜେନଟା ଜେନ୍ତା
ହେଟା ହେନ୍ତା
ନେଇଁ କହେବାର କେଭେ।
ଆରୁ ସଜ ଦେଖିକରି
ନେଇଁ ପକାବାର ଚୁଟେ।
ଫେର ଭି
ମୁଇଁ ଭାଗିଦାର ଆଏ
ସବୁ କଥାଥି ସବୁନେ ଆରୁ
ଜେତକି ଜାହା କହୁଛ
ମୁଇଁ ଆଏ।
ଆରୁ ନେଇଁ ବଢ ନ
ବଢଲେ ଜେ ବଦଲିବା
ନେଇଁ ସେ ଭି ହେନ୍ତା କିଛୁ।
ତପୋବନ,ଟିଟିଲାଗଡ,ବଲାଙ୍ଗୀର
15/03/2020
This poem has not been translated into any other language yet.
I would like to translate this poem