ଏ ଭାଦ୍ରବରେ
ଗଜାନନ ମିଶ୍ର
ଏତେ ଖରା
ଏ ଭାଦ୍ରବରେ
ପୁଣି ଏତେ ବର୍ଷା!
ଉଭୟ ଅସହ୍ୟ
ତୁମକୁ ଓ ମତେ।
ତୁମେ କହୁଛ କଣ
ମୁଁ କହୁଛି କଣ
କିଏ ବୁଝୁଛି?
ନା ତୁମେ ନା ମୁଁ!
ମୋର ହୋଇ ଦେଖୁଛ ଯୋଉଟା
କଣ ସେଇଟା କେବଳ ମୋର!
ଆଉ ତୁମର ଏ ଖଣ୍ଡମଣ୍ଡଳ
ମୁଁ କେବେ କରି ନି ଅସ୍ୱୀକାର।
କଣ ପାଇଁ ତେବେ ଏ ଜୁଆର?
ତପୋବନ, ଟିଟିଲାଗଡ, ବଲାଙ୍ଗିର,
22/8/2019
This poem has not been translated into any other language yet.
I would like to translate this poem