କଣ ଚାହୁଁରେ ଗଜାନନ
ଗଜାନନ ମିଶ୍ର
କଣ ଚାହୁଁରେ ଗଜାନନ
ଆକାଶ ପଚାରେ ବାରମ୍ୱାର
ଆଉ କେମିତି କେଜାଣି
ମତେ କରିଦିଏ ସ୍ଥିର
ଏଇ ପ୍ରଶ୍ନ
ଆଶ୍ଚର୍ଯ୍ଯ ମତେ ଦେଖେ
ଦେଖୁଥାଏ ତପୋବନ।
କିନ୍ତୁ ସେଦିନ ନ ଥିଲି ସ୍ଥିର
ବାରବର୍ଷତଳେ ଯେତେବେଳେ
ମୋ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ
ପଚାରିଥିଲା କ୍ୟା ଚାହିଏ
ଝଟକରି କହିଥିଲି ମୋ ଭାଷାରେ
କଥାବାର୍ତ୍ତା ଲେଖାପଢା କେବଳ,
ଆହା, ଭାବିଥିବ ନବୀନ
ମୂର୍ଖ କୋଉଠିକାର!
ଟଙ୍କା ଟିକଟ ମାଗିଲା ନି
କେମିତି କେଜାଣି!
କଣ ରଖିଛି ଉଦ୍ଦେଶ୍ଯ?
ଖୋଜୁଥିଲି ମୋ ଭାଷାରେ
ମୋରି ପରିଚୟ ହଜୁଥିଲା
ହଜେଇ ଦିଆ ହେଉଥିଲା
ଯେତେବେଳେ ମୋ ମାଟିରେ।
ଅଲଗା ସେସବୁ କହୁ ନି କାହାକୁ,
ମନ ଜୀବନ ସବୁଥିଲା,
ମୋ ଭାଇ ଭଉଣୀଗଣ ଏବେ
ମୁଁକାର ଦ୍ବନ୍ଦ୍ବରେ ବ୍ୟସ୍ତ
ମା ମାଟିକୁ ନେଇ
ଆଉ ମୁଁ ଏଇ ତପୋବନରେ ସ୍ଥିତ।
ଜୀବନ କଣ କାହାପାଇଁ?
ଚାହେଁ କିଏ କଣ କେମିତି?
କେତେଦିନକୁରେ ମନ
କହେ କିଏ ଆଉ କଣ!
ସବୁକୁ ସଭିଙ୍କୁ ଆବୋରିରହେ
ରହିଥାଏ ଆକାଶ,
ଆଉ ମୁଁ ଭାବୁଥିଲି
ଭାବି ପାରୁ ନ ଥିଲି
କୋଉଠୁ କଣ ଆରମ୍ଭ
କୋଉଠି କଣ ଶେଷ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
02/12/2019
This poem has not been translated into any other language yet.
I would like to translate this poem