1.
ହୋଇଛି କଣ? କାହାର ଅଭିଶାପର ଫଳ?
ମା ପାଗଳୀ, ଭାଷା ବାଉଳି, ମାଟିସାରା ଧୂଆଁ ଧୂଳି ।
ଜାତି ଭାଇ ନିଜ ନିଜ ଭିତରେ ବ୍ୟସ୍ତ କରିବାରେ କଳି ।
2.
କିଏ କହିଲା ଭୂତ,
ଆଉ କିଏ କହିଲା
ଭୂତକୁ ଦିଅ ଭାତ ।
ଭାତ ପାଇଁ ନଷ୍ଟ ଭବିଷ୍ୟତ ।
3.
ଫୁଲ ନୁହେଁ, ପଥର ।
ଆଲୁଅ ନୁହେଁ, ଅନ୍ଧାର ।
ତୁମ ପାଇଁ ପଥରକୁ,
ଅନ୍ଧାରକୁ ବି କରିଦେବି
ଚନ୍ଦନର ଗାର ।
4.
ଅନୁଭବ କରୁ ନାହିଁ
ଶବ୍ଦର ଆବଶ୍ୟକତା ।
ମୋ ଉପରେ ମୁଁ ରଖିଛି
ବହୁତ ଭରସା ।
This poem has not been translated into any other language yet.
I would like to translate this poem