କବିତା ନ ଲେଖିଲେ
କୋଉ ଭାସି ଯାଉଛି ସମୁଦ୍ର ଯେ,
ଏତେ ଗହ ଗହ କି ଏତେ ରହ ରହ!
ଆରେ ନାଇଁ ତ ନାଇଁ,
ତୋର ଖୁସିରେ ମୋର ଖୁସି,
ମୋର ଖୁସିରେ ତୋର ଖୁସି ହେଉ ନ ହେଉ,
କୋଉ ଆକାଶ ବୁଡି ଯାଉଛି!
ଆରେ ଯାଃ, ଦେଖିବୁ ଯା,
କେତେ କବିତା ଯାଉଛି ହଜି ଏମିତି ଶୁଖାଭଟାରେ,
ଚିଙ୍ଗୁଡି ଗୁହରେ।
କେତେ ଲେତାଗୁତା
କହିଚାଲିଛନ୍ତି କେତେକଥା,
କିଏ କାହାକୁ ଖାତିର୍ କରୁଛି ବେଃ,
ଯାଃ!
କବିତା ନ ଲେଖି କବିତା ନ ପଢି
ବଂଚୁଛୁ କେମିତି ଦେଖିବି ତତେ ଯାଃ!
ଆରେ କବିତା କଣ କି?
ଆରେ କବିତା କଣ କି?
ଶିଂଘାଣିପୁଚ୍ଛା ମାଷ୍ଟ୍ରାଣୀ!
ତୋର କି ମୋର,
ଏ ଯାଏ ସମାଧାନ କରି ନି
କି କରି ପାରି ନି କେହି କୋଉଠି।
ଏଣେ ଆସି ଝଡଉଛି ରାଗ
କବିତା ଉପରେ!
ଆରେ, ଜାଣିନୁ ଏ ଯାଏ,
କବିତା ଛଡା ଆଉ କଣ ଅଛି ପାଖରେ?
This poem has not been translated into any other language yet.
I would like to translate this poem