କଣ କରିବ ତୁମେwhat Would You Do Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କଣ କରିବ ତୁମେwhat Would You Do

Rating: 5.0

ଶୂନ୍ୟେ ଶୂନ୍ୟେ
ଗଜାନନ ମିଶ୍ର

ଶତ୍ରୁତା କଲେ
ଶୂନ୍ୟେ ଶୂନ୍ୟେ
କଣ କରିବ ତୁମେ!

ପାଖରୁ ଦୂରେଇ ଯିବା ଛଡା
ପାରିବ କି କରି ଅନ୍ୟ କିଛି!

ତପୋବନରେ ଥାଇ
ଦେଖୁଛି ଆଉ ଶୁଣୁଛି
ଆଉ ଅନୁଭବୁଛି
ମରଣାନ୍ତକ ପୀଡା,
ବର୍ଣିବାକୁ ନାଇଁ ଭାଷା।

ପୁରୁଣା ଜାଗାରେ ନୂଆ
ହେଲେ ବି ଯେତେ
ତଫାତ ନାଇଁ କିଛି
ଅନ୍ତଃସ୍ରୋତରେ ।

ବାହ୍ୟରଙ୍ଗରେ
ଅଛି କଣ?
ହସ କାନ୍ଦ ଦିହିଁକି ଦିହେଁ
ବେଶ୍ ଚାଲାକ।
କଡ ଲେଉଟାଇଦେବାକୁ
କେତେ ବା ଲାଗେ ସମୟ!

ମାପଚୁପରେ
ତଥାପି ଯାଉଛି ରହି ଖୁଣ,
ଆଉ ଏଇଥିରୁ ଯାଉଛି ଝରି
ଯେତେ ସବୁ ମାୟାମୋହ।

ତର୍କବିତର୍କରେ ନ ମାତି
ଛିଡା ହେବା କଥା ଆଗରେ
ଗୋଟିଏ ପଟରେ।
ଉଭୟପଟକୁ ଚାହିଁଲାବେଳକୁ
ଲୋକହସା ହିଁ ସାର ଏଠାରେ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
30/5/2019

Wednesday, May 29, 2019
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success