1.
ସୁସ୍ଥ ଥିଲେ ଦେହ ମନ
ସକଳ ସୁଖରେ
ଭରପୁର ସବୁଦିନ।
ସବୁଦିନ କିଏ କାହାକୁ
କରି ପାରିବ ତୃପ୍ତି?
କିଏ ପୁଣି କୋଉଠି
ରହିବ କାହାଠୁ ବର୍ତି?
ପଥରକୁ ପଥର
ଭାବିବା ହିଁ
ମୂର୍ଖ ହେବା ସଦା।
ଘଟିବାକୁ ଅଛି ଯାହା
ଘଟିବ ଅବଶ୍ୟ,
ଘଟିବାଟାକୁ ରୋକିବା
ନିଶ୍ଚୟ ଅସାଧ୍ୟ।
2.
କର ଉଦ୍ଧାର ନିଜକୁ ନିଜେ,
ନିଜେ ନିଜକୁ ନିଜଠି
ବନ୍ଧା ପକାଇଛ ଯେ!
କହ ଆଖିକୁ ନ ଦେଖୁ ଅନ୍ୟକୁ,
ପାଟିକୁ କହ କେବଳ ନିଜ କଥା କହୁ,
କହୁ ନିଜ ଭାଷାରେ ।
ପର ହେତୁ ନିଜେ ନିଜର ଶତ୍ରୁ,
ଯାଉଛ ଚାଲି ନିଜେ ନିଜ ଆୟତ୍ତରୁ।
3.
ବର୍ଷା ଆଉ ଖରା,
ଏକା, ପୂରା ଏକା।
ତୁମେ ଯେ ମୋର ବନ୍ଧୁ,
କହିବାର ନାହିଁ ଏ କଥା ଆଉ।
ଅଛ କୋଉଠି କେମିତି
କାହା କାହା ସହିତ ମିଶି
ନଦୀ ନାହିଁ କହିବାକୁ।
ପାହାଡର ପୀଡା ଅନୁଭବ
କଲାବେଳେ କହିବ
ଆକାଶର ଉଡାଣ ବିଷୟରେ।
ଦେଣନେଣ ନାଇଁ
ବିଶ୍ବାସ ଅବିଶ୍ୱାସ ସହିତ ।
ମୁଁ ଥିଲା ଜାଗାରେ
ତୁମେ ଇ ସଦା ଉପସ୍ଥିତ।
4.
ଥିଲି କୋଉଠି
ଅଛି କୋଉଠି
ପଡୁ ନି ଜଣା,
ଯାଇ ରହିବି କୋଉଠି
ସେଇଟା ବି ଅଜଣା।
This poem has not been translated into any other language yet.
I would like to translate this poem