ଭଗବାନ କୋଉଠି? Where Is Bhagabaan? Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଭଗବାନ କୋଉଠି? Where Is Bhagabaan?

Rating: 5.0

1.

ଭଗବାନ କୋଉଠି?
ବୁଲି ବୁଲି ପଚାରି ଚାଲିଛି ଆକାଶ ଧରିତ୍ରୀ ।
ପ୍ରଶ୍ନ ଶୁଣି ହସିଛି କିଏ, କାନ୍ଦିଛି ଆଉ କିଏ।
ଆଉ କିଏ କହିଛି ପାଗଳ ଇଏ।

2.

ଭଗବାନ, ତୁମେ କୋଉଠି?
ସିଧା ପଚାରିଲି ଯେବେ,
ହସିଲେ ଭଗବାନ।
ହସ ଶୁଭିଲା ମତେ,
ଦିଶିଲେ ନାହିଁ କେହି କୋଉଠି।

କୋଉଠି କିଏ
ପୁଣି ରଡିଲି
ହସିଲେ ଥୋକେ
କହିଲେ ପାଗଳ।

ମୁଁ ମୋର ରହିଲି ଏକା,
କେହି ଦେଲେ ନି ଦେଖା।
କହିଲି ମୁଁ ଭଗବାନ, ଅଛ ତୁମେ,
ଜାଣେ। ଆଉ ଜାଣେ ତୁମ
ଥିବା ହିଁ ତୁମ ନ ଥିବା।

ହସିଲେ ଆଉ ଥୋକେ
ମୋ କଥା ଶୁଣି।
କହିଲେ ପାଗଳ।

ଯେତେ ଯୁଆଡୁ
ଯାହା ହେଲେ ବି
ପାଇଲି ଶୁଣିବାକୁ ପାଗଳ।
ହେଲି ନିଶ୍ଚିତ
ପାଗଳାମି ହିଁ ସତ୍ୟ ।

ମୋଠି ରହିଲି ମୁଁ ମତେ ଧରି,
ଗଲି ଆଉ ଆସିଲି ମୋଠୁ
ମୋଠିକୁ।
କହିଲେ ଆଉ ସମସ୍ତେ
ଛାଡିଦିଅ ତାକୁ, ସେ ଯାଉ।

3.

ମଠ ମହନ୍ତ ମସଜିଦ ମନ୍ଦିର
ପୂଜା ପରବ ପଶ୍ଚାତ୍ତାପ ପ୍ରାର୍ଥନା
ଭଜନ ଭଗବାନ ଭସ୍ମ ଭାଗିଦାର।
ଜୀବନକୁ ଛାଡିଦେଲେ ସବୁ ବେକାର ମିଶ୍ର ସାର୍।

Wednesday, June 13, 2018
Topic(s) of this poem: life
POET'S NOTES ABOUT THE POEM
Written in Odia language, Odia is the official language of Odisha India. Life is the only truth and nothing else.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success